Hockey

ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ, ଚୀନ-ଆୟର୍ଲାଣ୍ଡ୍ ମୁହାଁ ମୁହିଁ

(ଓଡିଶା ସ୍ପୋର୍ଟ): ହକି ବିଶ୍ୱକପ୍ରେ ମଙ୍ଗଳବାର ପୁଲ୍ ବି’ରେ ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଆୟର୍ଲାଣ୍ଡ ଓ ବିଶ୍ୱକପ୍ରେ ଡେବ୍ୟୁ କରିଥିବା ଚୀନ ମୁହାଁମୁହିଁ ହେବେ। ଗତ ଶୁକ୍ରବାର ଏହି ପୁଲ୍ର ପ୍ରଥମ ଦିବସରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପ୍ରଭାବହୀନ ଖେଳି ୨-୧ ଗୋଲ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା। କିନ୍ତୁ ଅନ୍ୟ ମୁକାବିଲାଟିକୁ ଇଂଲଣ୍ଡ ଏବଂ ଚୀନ୍ ଚମତ୍କାର ଭାବେ ୨-୨ ଗୋଲ୍ରେ ଅମୀମାଂସିତ ରଖିଥିଲେ। ଚତୁର୍ଥ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆକୁ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବାକୁ ହେଲେ ମଙ୍ଗଳବାର ମ୍ୟାଚ୍ରେ ନିଶ୍ଚିତ ବିଜୟ ଲୋଡ଼ା। ଅନ୍ୟପକ୍ଷରେ ପ୍ରଥମ ପଦାର୍ପଣରେ ଚମତ୍କାର ଖେଳି ଇଂଲଣ୍ଡକୁ ଚକ୍ମା ଦେଇଥିବା ଚୀନ୍ ଆତ୍ମବିଶ୍ବାସ ଏବେ ଉପରେ ରହିଥିବ। ଆୟର୍ଲାଣ୍ଡକୁ ହରାଇ ଅନ୍ୟୁନ କ୍ରସ୍ ଓଭର ସୁଯୋଗ ହାତେଇବା ଲକ୍ଷ୍ୟରେ ରହିଛି ଏହି ଏସୀୟ ଦଳ। ବର୍ତମାନର ଫର୍ମ ଦେଖିଲେ ମଙ୍ଗଳବାର ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏବଂ ଚୀନ୍ ନିଶ୍ଚିତ ପ୍ରଶଂସକଙ୍କ ପସନ୍ଦ ଓ ବିଜୟର ଦାବିଦାର ଦଳ ରହିବେ।

Related posts

ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ

Odisha Sports Bureau

ହକି ପୁରୁଷ ବିଶ୍ଵକପ୍: ଭୁବନେଶ୍ୱରରେ ନେଦରଲାଣ୍ଡ ଟିମ୍

Odisha Sports Bureau

ହକିରେ ଓଡିଶା ପାଇଁ ଗୌରବ ଆଣିବେ ୫ ମହିଳା ଖେଳାଳୀ