Cricket

୨୦୧୯ ଆଇପିଏଲ ଖେଳାଳି ନିଲାମ

(ଓଡିଶା ସ୍ପୋର୍ଟ): ଚଳିତମାସ ୧୮ ତାରିଖରେ ଜୟପୁରଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୧୯ ସଂସ୍କରଣ ପାଇଁ ଖେଳାଳି ନିଲାମ ହେବ ବୋଲି ଭାରତୀୟ କିକ୍ରେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ତରଫରୁ ସୋମବାର ଏହା ଘୋଷଣା କରାଯାଇଛି । ଖେଳାଳି ନିଲାମ ଗୋଟିଏ ଦିନରେ ଶେଷ ହେବ। ଏଥିରେ ୫୦ ଭାରତୀୟ ଏବଂ ୨୦ବିଦେଶୀ ମୋଟ ୭୦ ଖେଳାଳି ଅଂଶଗ୍ରହଣ କରିବେ ଏବଂ ୮ଟି ଦଳ ଅଂଶଗ୍ରହଣ କରିବେ । ଏଥିପାଇଁ ମୋଟ ସେମାନେ ୧୪୫.୨୫ କୋଟି ଟଙ୍କା ବ୍ୟୟ କରିପାରିବେ। ନିଲାମ ପୂର୍ବରୁ ଦଳଗୁଡ଼ିକ ଗତମାସରେ ସେମାନଙ୍କ ରିଟେନଶନ ଖେଳାଳିଙ୍କ ନାମ ତାଲିକା ପ୍ରକାଶ କରିଥିବାବେଳେ କେତେଜଣ ନାମି ଖେଳାଳିଙ୍କୁ ରିଲିଜ କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ଯୁବରାଜ ସିଂଙ୍କୁ ରିଲିଜ କରିଥିବାବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ ଗୌତମ ଗମ୍ଭୀରଙ୍କୁ ଛାଡ଼ିଥିଲା। ରାଜସ୍ଥାନ ରୟାଲ୍ସ ଜୟଦେବ ଉନାଡ୍କଟଙ୍କୁ ୧୧.୫ କୋଟି ଟଙ୍କା ଦେଇ ରିଲିଜ କରିଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ ଆଘାତପ୍ରାପ୍ତ ରିଦ୍ଧିମାନ ଶାହ ଏବଂ ଓ୍ବେଷ୍ଟଇଣ୍ଡିଜ ଟି୨୦ ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍ଙ୍କୁ ରିଲିଜ କରିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଜେପି ଡୁମିନି ଏବଂ ଫାଷ୍ଟ ବୋଲିଂ ଯୋଡ଼ି ପ୍ୟାଟ କୁମିନ୍ସ ଓ ବାଂଲାଦେଶର ମୁସ୍ତାଫିଜୁର ରହମନଙ୍କ ଭଳି କେତେଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ରିଲିଜ କରିଛି। ଯଦି ନିର୍ବାଚନ ଏକ ସମୟରେ ହୁଏ ତେବେ ଆଇପିଏଲର ୨୦୧୯ ସଂସ୍କରଣର କିଛି ଅଂଶ ଭାରତ ବାହାରେ ହୋଇପାରେ।

Related posts

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ଆଜିର ଦିନରେ ୪୦ବର୍ଷ ପୂର୍ବେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ

ପାକିସ୍ତାନ ସହ ଭାରତ ଖେଳିବା ନେଇ ନିଷ୍ପତ୍ତି ନେବ ବିସିସିଆଇ

Odisha Sports Bureau