Cricket

ପର୍ଥ ଟେଷ୍ଟ: ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

(ଓଡିଶା ସ୍ପୋର୍ଟ): ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ଶନିବାର ବ୍ୟାଟିଂ ଜାରି ରଖିଥିବା ବେଳେ ଭାରତ ବିପକ୍ଷରେ ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୧୦୮ ଓଭରରେ ୮ ୱିକେଟ ହରାଇ ୩୨୫ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ୪ ମ୍ୟାଚ ଶୃଙ୍ଖଳାର ୨ୟ ମୁକାବିଲାରେ ଶୁକ୍ରବାର ଟସ ଜିଣି ବ୍ୟାଟିଂ କରିବାକୁ ପ୍ରଥମେ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ପିଚରୁ ବିଦାୟ ନେବା ପୂର୍ବରୁ ୬ଟି ୱିକେଟ ହରାଇ ୨୭୭ ରନ ସଂଗ୍ରହ କରିଥିଲା ।

ଶୁକ୍ରବାର ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଦ୍ୱୟ ଆଜି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରିବର୍ତ୍ତୀ ସମୟରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାକୁ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ୭ମ ୱିକେଟ ଭାବରେ ପେଟ କମିନିସଙ୍କୁ ହରାଇଥିବା ବେଳେ ଭାରତର ୮ମ ଶିକାର ହୋଇଥିଲେ ଟିମ ପେନ ।

ପେଟ କମିନିସ ୬୬ ବଲ ଖେଳି ୧୯ ରନ ଯୋଡ଼ିଥିଲେ । ସେ ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିବା ବେଳେ ବୁମରାଙ୍କ ବଲରେ ଏଲବିଡବୁଲ ହୋଇ କ୍ରିଜ ଛାଡ଼ିଥିଲେ ଟିମ ପେନ (୩୮) । ଗତ କାଲି ଉମେଶ ଓ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Related posts

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

Odisha Sports Bureau

ପୁଣି ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

Odisha Sports Bureau

ୱାନଡେର ଏକ ନଂ ବୋଲର ହେଲେ ମହମ୍ମଦ ସିରାଜ; ଫାଇନାଲ ପ୍ରଦର୍ଶନ ଯୋଗୁଁ ସିଧାସଳଖ ୮ ନଂ ସ୍ଥାନକୁ ଫାଇଦା

Odisha Sports Bureau