Cricket

ପ୍ରଥମ ଟେଷ୍ଟ, ପାକିସ୍ତାନ୬ ଉଇକେଟରେ ପରାସ୍ତ

(ଓଡିଶା ସ୍ପୋର୍ଟ): ସ୍ଥାନୀୟ ସୁପରସ୍ପୋର୍ଟ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଘରୋଇ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୬୦ ଓଭରରେ ୨୨୩ ରନ କରି ଅଲଆଉଟ ହେବା ସହ ୪୨ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ୧୯୦ ରନ କରି ଆଉଟ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ବିଜୟ ଲକ୍ଷ୍ୟଧାର୍ୟ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ତୃତୀୟ ଦିବସରେ ୫୦.୪ ଓଭରରେ ୪ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୬ ଓ ଦ୍ୱିତୀୟ ଇନିଂସରେ ୫ ଉଇକେଟ ଅକ୍ତିଆର କରିଥିବା ଦକ୍ଷିଣ ଆଫ୍ରିକା ୨୬ ବର୍ଷୀୟ ଦ୍ରୁତ ବୋଲର ଡୁଆନ ଓଲିଭର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରି ଆରମ୍ଭରୁ ଝଟ୍କା ଖାଇଥିଲା। ଓପନର ଏଡେନ ମାରକ୍ରାମ ଖାତା ଖୋଲିବା ପୂର୍ବରୁ ହାସନ ଅଲ୍ଲୀଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଦ୍ୱିତୀୟ ଉଇକେଟ ଯୋଡିରେ ଅନ୍ୟତମ ଓପନର ଡିନ୍ ଏଲଗାର ଓ ଅଭିଜ୍ଞ ହାସିମ ଅମଲା ୧୧୯ ରନ କରି ସ୍ଥିତି ସମ୍ଭାଳିବା ସହ ବିଜୟ ପଥ ପରିଷ୍କାର କରିଥିଲେ। ଏଲଗାର ୫୦ ରନ କରି ଆଉଟ ହେବା ପରେ ଥେଉନିସ ଡି ବ୍ରୁୟି ୧୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଫାଫ୍ ଡୁପ୍ଲେସି ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଅମଲା ୬୩ ଓ ବଭୁମା ୧୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ହାସନ ଅଲ୍ଲୀ, ଶାହିନ ଶାହ ଆଫ୍ରିଦି, ୟାସିର ଶାହ ଓ ଶାନ ମାସୁଦ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Related posts

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

Odisha Sports Bureau

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

Odisha Sports Bureau