Cricket

ପ୍ରଥମ ଟେଷ୍ଟ, ପାକିସ୍ତାନ୬ ଉଇକେଟରେ ପରାସ୍ତ

(ଓଡିଶା ସ୍ପୋର୍ଟ): ସ୍ଥାନୀୟ ସୁପରସ୍ପୋର୍ଟ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଘରୋଇ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୬୦ ଓଭରରେ ୨୨୩ ରନ କରି ଅଲଆଉଟ ହେବା ସହ ୪୨ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ୧୯୦ ରନ କରି ଆଉଟ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ବିଜୟ ଲକ୍ଷ୍ୟଧାର୍ୟ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ତୃତୀୟ ଦିବସରେ ୫୦.୪ ଓଭରରେ ୪ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୬ ଓ ଦ୍ୱିତୀୟ ଇନିଂସରେ ୫ ଉଇକେଟ ଅକ୍ତିଆର କରିଥିବା ଦକ୍ଷିଣ ଆଫ୍ରିକା ୨୬ ବର୍ଷୀୟ ଦ୍ରୁତ ବୋଲର ଡୁଆନ ଓଲିଭର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରି ଆରମ୍ଭରୁ ଝଟ୍କା ଖାଇଥିଲା। ଓପନର ଏଡେନ ମାରକ୍ରାମ ଖାତା ଖୋଲିବା ପୂର୍ବରୁ ହାସନ ଅଲ୍ଲୀଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଦ୍ୱିତୀୟ ଉଇକେଟ ଯୋଡିରେ ଅନ୍ୟତମ ଓପନର ଡିନ୍ ଏଲଗାର ଓ ଅଭିଜ୍ଞ ହାସିମ ଅମଲା ୧୧୯ ରନ କରି ସ୍ଥିତି ସମ୍ଭାଳିବା ସହ ବିଜୟ ପଥ ପରିଷ୍କାର କରିଥିଲେ। ଏଲଗାର ୫୦ ରନ କରି ଆଉଟ ହେବା ପରେ ଥେଉନିସ ଡି ବ୍ରୁୟି ୧୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଫାଫ୍ ଡୁପ୍ଲେସି ବିନା ସ୍କୋରରେ ପ୍ୟାଭିଲିୟନ ଫେରିଥିଲେ। ଅମଲା ୬୩ ଓ ବଭୁମା ୧୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ହାସନ ଅଲ୍ଲୀ, ଶାହିନ ଶାହ ଆଫ୍ରିଦି, ୟାସିର ଶାହ ଓ ଶାନ ମାସୁଦ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Related posts

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆ ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ

Odisha Sports Bureau

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

Odisha Sports Bureau