More Sports

ପ୍ରୋ କବାଡ଼ି ଲିଗ ଦିଲ୍ଲୀ ଓ ୟୁପି ବିଜୟୀ

(ଓଡିଶା ସ୍ପୋର୍ଟ): ଚଳିତ ପ୍ରୋ କବାଡ଼ି ଲିଗ୍ (ପିକେଏଲ)ର ଷଷ୍ଠ ସଂସ୍କରଣରେ ୟୁପି ଯୋଦ୍ଧା ଦମ୍ଦାର ତଥା ଅଲରାଉଣ୍ଡ ପ୍ରଦର୍ଶନ କରି ପ୍ରଥମ ଏଲିମିନେଟରରେ ୟୁ ମୁମ୍ବାକୁ ପରାସ୍ତ କରିଛି। ରବିବାର ଖଚାଖଚ୍ ଭରା ଷ୍ଟାଡିୟମରେ ୟୁପି ୩୪- ୨୯ରେ ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ ୟୁ ମୁମ୍ବାକୁ ହରାଇଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ୟୁପି ପ୍ରଭାବ ବିସ୍ତାର କରି ଖେଳିବା ସହ ୟୁ ମୁମ୍ବାକୁ ଚକ୍ମା ଦେଇଥିଲା।

ରବିବାର ଖେଳାଯାଇଥିବା ଦ୍ୱିତୀୟ ଏଲିମିନେଟରରେ ଦବଙ୍ଗ ଦିଲ୍ଲୀ ୩୯-୨୮ ବ୍ୟବଧାନରେ ବେଙ୍ଗଲ ଓ୍ବାରିୟର୍ସକୁ ହରାଇଛି। ଏହି ମ୍ୟାଚ୍ରେ ଦିଲ୍ଲୀ ପ୍ରଭାବ ବିସ୍ତାର କରି ଖେଳିଥିଲା। ବେଙ୍ଗଲ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ସୋମବାର ଖେଳାଯିବାକୁ ଥିବା ଏଲିମିନେଟର-୩ରେ ବେଙ୍ଗଲ ଓ ୟୁପି ପରସ୍ପରକୁ ଭେଟିବେ।

Related posts

୧୬ରୁ ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ

Odisha Sports Bureau

ଖବଉ ଉପରେ ଟେନସନ: ଭାରତର ଏକମାତ୍ର ଚାଇନିଜ୍ ଟେବୁଲ୍ ଟେନିସ୍ କୋଚ୍ ଭାରତ ଛାଡିଲେ

Odisha Sports Bureau

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍