More Sports

ତାମିଲ ଥଲାଇବାଜ ଉପରେ ଦିଲ୍ଲୀର ସହଜ ବିଜୟ

(ଓଡିଶା ସ୍ପୋର୍ଟ): ରବିବାର ଦିନ ପ୍ରୋ କବାଡି ଲିଗ୍ ୨୦୧୯ର ମୁକାବିଲାରେ ଦବଙ୍ଗ ଦିଲ୍ଲୀ ତାମିଲ ଥଲାଇବାଜକୁ ୫୦-୩୪ରେ ପରାସ୍ତ କରିଛି । ଦିଲ୍ଲୀର ଏହି ଋତୁରେ ଏହା ୧୧ତମ ବିଜୟ ହୋଇଥିବାବେଳେ ନିଜର ପ୍ରଥମ ସ୍ଥାନକୁ ବଜାୟୀ ରଖିଛି । ସେହିପରେ ଥଲାଇବାଜର ଏହି ଷଷ୍ଠ ପରାଜୟ ପରେ ଦଳ ୧୧ତମ ସ୍ଥାନରେ ରହିଛି । ଦିଲ୍ଲୀ ତରଫରୁ ଖେଳୁଥିବା ନବୀନ ଏକ ଖାସ୍ ରେକର୍ଡ ନିଜ ନାମରେ କରିଛନ୍ତି । ସେ ତାମିଲ ଥଲାଇବାଜଙ୍କ ବିପକ୍ଷରେ ଗୋଟିଏ ଏବଂ ସୁପର ୧୦ ଲଗାଇଛନ୍ତି, ଏହି ଋତୁର ସମସ୍ତ ଟିମ୍ ବିପକ୍ଷରେ ସୁପର ୧୦ ଲଗାଇବାରେ ସେ ପ୍ରଥମ ଖେଳାଳୀ ହୋଇଛନ୍ତି ।

ସେପଟେ ଦିନର ଦ୍ୱିତୀୟ ମୁକାବିଲାରେ ଘରୋଇ ଟିମ୍ ବଙ୍ଗଲା ୱାରିୟର୍ସ ରୋମାଞ୍ଚକର ମ୍ୟାଚ୍ରେ ପୁନେରି ପଲଟନକୁ ୪୨-୩୯ରେ ପରାସ୍ତ କରି ନିଜର ଘରୋଇ ମ୍ୟାଚ୍ରେ ନିଜର ପ୍ରଥମ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବଙ୍ଗଳା ଟିମ୍ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ବଙ୍ଗଳା ୱାରିୟର୍ସର ପରବର୍ତ୍ତୀ ମୁକାବିଲା ୧୧ ସେପ୍ଟେମ୍ବର ଦିନ ୟୁ ମୁମ୍ବାଙ୍କ ବିପକ୍ଷରେ କଲିକତାରେ ହେବ । ସେହିପରି ଅନ୍ୟପଟେ ପୁନେରି ପଲଟନର ପରବର୍ତ୍ତି ମ୍ୟାଚ୍ ନିଜର ହୋମ୍ ଲିଗର ପ୍ରଥମ ଦିନ ୧୪ ସେପ୍ଟେମ୍ବର ଦିନ ଫରଚ୍ୟୁନଜାୟଣ୍ଟସ୍ ବିପକ୍ଷରେ ହେବ ।

Related posts

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ଆଇଓସି ମୁଖ୍ୟ ବକ: ଧର୍ଯ୍ୟ ରଖ, ଆମର କାମ ହେଉଛି ଅଲିମ୍ପିକ୍ସ ଆୟୋଜନ କରିବା, ଏହାକୁ ବାତିଲ କରିବା ନୁହେଁ

Odisha Sports Bureau

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau