Cricket

ଦିନିକିଆ ସିରିଜରୁ ୩ଜଣ ଦ୍ରୁତ ବୋଲର: ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡଙ୍କୁ ବିଶ୍ରାମ

(ଓଡିଶା ସ୍ପୋର୍ଟ): ଅଗାମୀ ଭାରତ ବିପକ୍ଷ ଘରୋଇ ଦିନିକିଆ ସିରିଜରୁ ୩ଜଣ ଦ୍ରୁତ ବୋଲର ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡଙ୍କୁ ସିଏ ବିଶ୍ରାମ ଦେଇଛି।
ରବିବାର ଶେଷ ହୋଇଥିବା ମେଲବୋର୍ନ ଟେଷ୍ଟରେ କୁମିନ୍ସ ଉଭୟ ବଲ୍ ଓ ବ୍ୟାଟ୍ରେ କମାଲ କରିଥିଲେ। ସିଡନୀରେ ୧୨ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବ। ୨୦୧୯ରେ ବିଶ୍ୱକପ୍ ସହିତ ଗୁରୁତ୍ୱପୂର୍ଣ୍ଣ ଆଶେସ ଖେଳାଯିବାର କାର୍ୟ୍ୟକ୍ରମ ରହିଛି। ପୁଣି ଆଗାମୀ ଦିନିକିଆ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜ ମଧ୍ୟ ରହିଛି। ତେଣୁ ଆଗଧାଡିର ଏହି ୩ ଦ୍ରୁତ ବୋଲରଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜରେ ବିଶ୍ରମା ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ ଲାଙ୍ଗର ସିଡନୀ ମର୍ନିଂ ହେରାଲ୍ଡକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି।

ଭାରତ ବିପକ୍ଷ ପ୍ରଥମ ୩ଟି ଟେଷ୍ଟରେ କୁମିନ୍ସ ୨୦.୭ ରନ ହାରରେ ୧୪ଟି ଉଇକେଟ ହାସଲ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟ ଏହି ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ପାକିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ନ ଥିଲେ। ସେ ମଧ୍ୟ ଏହି କାରଣ ଯୋଗୁ ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବେ ନାହିଁ। ବ୍ୟସ୍ତବହୁଳ କାର୍ୟ୍ୟସୂଚୀ ଓ ଆଗକୁ କେତୋଟି ଗୁରୁତ୍ୱପୂର୍ଣ୍ଣ ସିରିଜ ଓ ୨୦୧୯ ବିଶ୍ୱକପ୍ ରହିଥିବାରୁ ଏହି ଦ୍ରୁତ ବୋଲରମାନଙ୍କୁ ଫିଟ୍ ରଖିବା ଓ ବିଶ୍ରାମ ଦେବାର ଆବଶ୍ୟକତା ରହିଛି ବୋଲି ଲାଙ୍ଗର କହିଛନ୍ତି।

Related posts

ଅସୁସ୍ଥତା କାରଣ ହେତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର କେନ

Odisha Sports Bureau

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ ଆଜି ପର୍ଯ୍ୟନ୍ତ ଜ୍ୟାକ ହବ୍ସଙ୍କ ଏହି ରେକର୍ଡ

ହରଭଜନ କରୋନା ପଜିଟିଭ

Odisha Sports Bureau