Tennis

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

(ଓଡିଶା ସ୍ପୋର୍ଟ): ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ କମ୍ପ୍ଲେକ୍ସରେ ଆରମ୍ଭ ହୋ ଚିନ୍ମୟ ପ୍ରଧାନ ଓ ଅଂଶୁ କୁମାର ଭୂୟାଁଙ୍କ ସମେତ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଚିନ୍ମୟ ଅନ୍ୟତମ ଓଡ଼ିଆ ଖେଳାଳି ଅଭିଜିତ ପ୍ରଧାନଙ୍କୁ ୭-୫, ୭-୫ ସେଟ୍‌ରେ ହରାଇଥିବାବେଳେ ଅଂଶୁ ଛତିଶଗଡ଼ର ସାର୍ଥକ ଦେଓରାସଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟତମ ଓଡ଼ିଶା ଖେଳାଳି ଆଦିତ୍ୟ ଶତପଥୀ ମହାରାଷ୍ଟ୍ରର ପୁନିତ ଧୋକେଙ୍କୁ ୬-୦, ୬-୪ ଏବଂ ଅମୃତଜୟ ମହାନ୍ତି ଓଡ଼ିଆ ଖେଳାଳି ସନ୍ତୋଷ ମଲିକଙ୍କୁ ୭-୫, ୬-୧ ସେଟ୍‌ରେ ହରାଇ କ୍ୱାର୍ଟରରେ ପହଞ୍ଚତ୍ଛନ୍ତି। ବାହାର ରାଜ୍ୟ ଖେଳାଳିଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଅନୁରାଗ ଅଗ୍ରଓ୍ବାଲ, ଦିଲ୍ଲୀର ରିତ୍‌ଭିକ୍‌ କାଶ୍ୟପ, ପଶ୍ଚିମବଙ୍ଗର ଆଦିତ୍ୟ ବର୍ଦ୍ଧନ ଆର.ଚୌଧୁରୀ ଓ ତେଲେଙ୍ଗାନାର ସାଇ କାର୍ତ୍ତିକ ଆର. ଗନ୍ତା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାରେ ପଶ୍ଚିମବଙ୍ଗ, ଛତିଶଗଡ଼, କର୍ନାଟକ, ତାମିଲନାଡ଼ୁ, ତେଲେଙ୍ଗାନା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ନୂଆଦିଲ୍ଲୀ, ଗୁଜରାଟ ଏବଂ ଓଡ଼ିଶା ଆଦି ୧୦ ରାଜ୍ୟରୁ ୩୫ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ଚାମ୍ପିୟନ ଖେଳାଳି ୧୫ ଓ ରନର୍ସଅପ୍‌ ୧୨ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିବ।

Related posts

ଆଠ ବର୍ଷ ପରେ କ୍ୱାଟରଫାଇନାଲରେ କ୍ୱିଟୋଭା

Odisha Sports Bureau

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ପଞ୍ଚମ ଥର ପାଇଁ ଇଟାଲୀ ଓପନ୍ ଚାମ୍ପିଅନ୍ ହେଲେ ଜୋକୋଭିକ୍

Odisha Sports Bureau