More Sports

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

(ଓଡିଶା ସ୍ପୋର୍ଟ): ଭାରତୀୟ ବଂଶୋଦ୍ଭବ ୧୨ ବର୍ଷୀୟ ବାଳକ ଧ୍ରୁବ ମନୋଜ ୫୬ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇହଂକଂଠାରେ ଅନୁଷ୍ଠିତ ବିଶ୍ୱ ସ୍ମରଣ ଶକ୍ତି ଚାମ୍ପିୟନଶିପ‘କିଡ୍ସ କାଟେଗୋରି’ରେ ସ୍ବର୍ଣ୍ଣ ପଦକ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।। ପ୍ରାଇମେରି ସ୍କୁଲ ପଢ଼ା ଶେଷ କରିଥିବା ବାଳକ ଏକ ଘଣ୍ଟା ମଧ୍ୟରେ ୭ଟି ତାସ ବଣ୍ଡଲ ମନେ ରଖିବା ସହ ୧,୧୫୫ ବାଇନାରି ନମ୍ବର, ୮୭ ନାମ ଓ ଚେହେରାକୁ ୧୫ ମିନିଟ୍ ମଧ୍ୟରେ ମନେ ରଖିଥିଲେ। ସିଙ୍ଗାପୁରରେ ଆୟୋଜିତ ପ୍ରତିଯୋଗିତାରେ ଚାଇନା, ରୁଷିଆ, ଭାରତ, ତାଇଓ୍ବାନ ଓ ମାଲେସିଆର ମୋଟ ୨୬୦ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ଭାଗନେବା ପାଇଁ ସେ ଗତ ଅକ୍ଟୋବରରୁ ପ୍ରସ୍ତୁତ ହେଉଥିଲେ। ବାଇନାରି ନମ୍ବର ଓ ତାସ ମନେ ରଖିବା ଲାଗି ସେ ପ୍ରତ୍ୟେକ ଦିନ ୪ରୁ ୬ ଘଣ୍ଟା ଅଭ୍ୟାସ କରୁଥିଲେ। ତାଙ୍କ ବାପା ମନୋଜ ପ୍ରଭାକର ସ୍ଥାନୀୟ ତୈଳ ଓ ଗ୍ୟାସ୍ କମ୍ପାନୀରେ ଜଣେ ମ୍ୟାନେଜମେଣ୍ଟ ପରାମର୍ଶଦାତା ଦାୟିତ୍ୱରେ ଅଛନ୍ତି।

Related posts

ଏସୀୟ ଏୟାରଗନ: ମୋଟ ୨୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ଅଭିଯାନ ଶେଷ

Odisha Sports Bureau

ପ୍ରୋ କବାଡ୍ଡୀ: ତାମିଲ ଥଲାଇବାଜକୁ ହରାଇଲା  ୟୁପି ଯେଦ୍ଧା

Odisha Sports Bureau

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

Odisha Sports Bureau