Cricket

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

(ଓଡିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ ଦୀର୍ଘ ୨୦ ବର୍ଷର କ୍ରିକେଟ କ୍ୟାରିୟରକୁ ବାଏବାଏ କହିଛନ୍ତି । ଖରାପ ଫର୍ମ ଯୋଗୁ ଦୀର୍ଘ ବର୍ଷ ହେଲାଣି ଜାତୀୟ ଟିମ୍ରୁ ବାଦ୍ ପଡ଼ୁଥିବା ମୋର୍କେଲ ବୁଧବାର ନିଜର ଅବସର ସମ୍ପର୍କରେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ସେ କ୍ରିକେଟ୍ର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିବା ଘୋଷଣା କରିଛନ୍ତି।

ମୋର୍କେଲ ଦକ୍ଷିଣ ଆଫ୍ରିକା ପକ୍ଷରୁ ୫୮ଟି ଦିନିକିଆ, ୫୦ଟି -୨୦ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆ ଅପେକ୍ଷା ଟି-୨୦ରେ ନିଜର ଦବଦବା ଅଧିକ ପ୍ରଦର୍ଶନ କରିଛନ୍ତି। ସେ ସମୁଦାୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୪୧୨ ରନ୍ କରିଥିବା ବେଳେ ୭୭ଟି ୱିକେଟ୍ ନେଇଛନ୍ତି। ଏଥିସହ ସେ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

୨୦୧୧ ଆଇପିଏଲ୍ରେ ତାଙ୍କ ପ୍ରଦର୍ଶନ ଯୋଗୁ ଚେନ୍ନାଇ ସୁପରକିଙ୍ଗସ୍ ଚାମ୍ପିୟନ ହୋଇଥିଲା। ସେହିପରି ଏହି ୩୭ ବର୍ଷୀୟ ଅଲରାଉଣ୍ଡରଙ୍କ ପାଇଁ ଦକ୍ଷିଣ ଆଫ୍ରିକାର ଘରୋଇ ଟିମ୍ ଟାଇଟନ୍ ଲଗାତର ୩ଥର ଟି-୨୦ ଲିଗ୍ ଜିତିଥିଲା।

ଦକ୍ଷିଣ ଆଫ୍ରିକା ଓ ଟାଇଟନସ୍ ବ୍ୟତୀତ ମୋର୍କେଲ ଚେନ୍ନାଇ ସୁପର କିଙ୍ଗସ୍, ଦିଲ୍ଲୀ ଡେୟାର ଡେଭିଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଇଜିଂ ପୁନେ ସୁପର ଜିଆଣ୍ଟସ୍ ଓ ଅନ୍ୟ କିଛି ଟିମ୍ ପାଇଁ ମଧ୍ୟ ଖେଳିଛନ୍ତି।

Related posts

ଟପ୍-୫ ବୋଲରରେ ସାମିଲ ହେଲେ ଅଶ୍ୱିନ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ସାମସନ ଏବଂ ଶୁଭମନଙ୍କୁ ନେଇ ଚାଲିଥିବା ବିତର୍କର ଅନ୍ତ ଘଟାଇଛନ୍ତି ସୂର୍ଯ୍ୟକୁମାର

Odisha Sports Bureau

ତୃତୀୟ ଟି-ଟ୍ୱେଣ୍ଟି, ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି

Odisha Sports Bureau