More Sports

ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିଛନ୍ତି

(ଓଡିଶା ସ୍ପୋର୍ଟ): ମ୍ୟାରୀ ଅଲିମ୍ପିକ୍‌ରେ ପଦକ ଜିତିବାରେ ଏକମାତ୍ର ଭାରତୀୟ ମହିଳା ବକ୍ସର।ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିବା ସହିତ ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ୍‌ର ସଦ୍ୟ ପ୍ରକାଶିତ ବିଶ୍ୱ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ତାଲିକା ହାସଲ କରିଛନ୍ତି। ୧୭୦୦ ପଏଣ୍ଟ ଡିଭିଜନ୍‌ ଓଜନ ବର୍ଗରେ ସେ ତାଲିକାର ଶୀର୍ଷରେ ଅଛନ୍ତି। ୨୦୧୮ ବର୍ଷ ଆରମ୍ଭରୁ ହିଁ ଚମତ୍କାର ପ୍ରଦର୍ଶନ କରିଥିବା ମ୍ୟାରୀ ତମାମ ବର୍ଷ ସଫଳତା ସାଉଁଟିଥିଲେ।

୨୦୨୦ ଅଲମ୍ପିକ୍‌ରେ ସେ ୫୧ କେଜି ବର୍ଗରେ ଭାଗ ନେବାର ଅଛି। କାରଣ ସେ ଭାଗ ନେଇଆସୁଥିବା ୪୮କେଜି ବର୍ଗ ଏଥର ଏହି କ୍ରୀଡ଼ା ମହାକୁମ୍ଭରେ ସ୍ଥାନ ପାଇନି।
ଏହା ଇଣ୍ଡିଆନ୍‌ ଓପନ୍‌ ସ୍ୱର୍ଣ୍ଣ ପଦକରୁ ଆରମ୍ଭ ହୋଇଥିଲା ଏବଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ ସ୍ୱର୍ଣ୍ଣରେ ସରିଥିଲା। ୩ ସନ୍ତାନଙ୍କ ମା ମ୍ୟାରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ବୁଲ୍‌ଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ମେମୋରିଆଲରେ ରୌପ୍ୟ ହାସଲ କରିଥିଲେ।

Related posts

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀ

Odisha Sports Bureau

ସୀମୋନା ବାଇଲ୍ସଙ୍କ ନାମରେ ୨୫ତମ ପଦକ

Odisha Sports Bureau

ୟୁଏସ ଓପନ କ୍ୱାର୍ଟର ଫାଇନାଲରେ ନାଡ଼ାଲ

Odisha Sports Bureau