Cricket

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

(ଓଡିଶା ସ୍ପୋର୍ଟ): ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଙ୍ଗଳବାର ମନୁ ସାହନିଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭିଡ ରିଚାର୍ଡସନ ବିଶ୍ୱକପ୍‌ ପରେ ଅବ୍ୟାହତି ନେବେ। ସାହନି ପୂର୍ବରୁ ସିଙ୍ଗାପୁର ସ୍ପୋଟର୍‌ସ ହବ୍‌ ଏବଂ ଇଏସ୍‌ପିଏନ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିସାରିଛନ୍ତି। ଜୁଲାଇରେ ରିଚାର୍ଡସନଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସାହନି ସଂଗଠନ ସହିତ ଆସନ୍ତା ମାସରେ ଯୋଗଦାନ କରିବେ ବୋଲି ଆଇସିସି ପ୍ରକାଶ କରିଛି। ସାହନିଙ୍କ ନିଯୁକ୍ତି ଆଇସିସି ବୋର୍ଡ ଦ୍ୱାରା ଅନୁମୋଦନ ଲାଭ କରିସାରିଛି। ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଏବଂ ନୋମିନେଶନ କମିଟି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ହୋଇଥିଲା।

Related posts

ଆଜଲାନ ଶାହ କପ, ଭାରତ ରନର୍ସଅପ

Odisha Sports Bureau

ଦିଲ୍ଲୀ ବିସ୍ଫୋରଣରେ ଦୁଃଖ ପ୍ରକାଶ କଲେ ଖେଳାଳୀ, ଜାଣନ୍ତୁ ସେମାନେ କ’ଣ କହିଲେ

Odisha Sports Bureau

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

Odisha Sports Bureau