Cricket

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

(ଓଡିଶା ସ୍ପୋର୍ଟ): ଲଗାତର ଶତକ ହାସଲ କରି ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି। ତାଙ୍କର ଅଦ୍ଭୁତପୂର୍ବ ସଫଳତାକୁ ପ୍ରଶଂସା କରିବା ସହିତ ସେ ଫିଟ୍ ରହିଲେ ୧୦୦ ଶତକର ରେକର୍ଡ କରିପାରିବେ ବୋଲି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ କହିଛନ୍ତି ।

ଆଝାର ଆହୁରି କହିଛନ୍ତି, “ବିରାଟ ଲଗାତର ଭଲ ପ୍ରଦର୍ଶନ କରୁଛନ୍ତି। ସେ ଯଦି ଫିଟ୍ ରୁହନ୍ତି, ସେ ୧୦୦ ଶତକର ମାଇଲ୍ଖୁଣ୍ଟ ଛୁଇଁଯିବେ। ତାଙ୍କ ପ୍ରଦର୍ଶନ ଅନ୍ୟ ବଡ ବଡ ଖେଳାଳିଙ୍କଠାରୁ ମଧ୍ୟ ଆଗରେ। ସେ ଜଣେ ମହାନ ଖେଳାଳି। ସେ ଯେତେବେଳେ ବଡ଼ ସ୍କୋର କରିଛନ୍ତି, ଭାରତ ପ୍ରାୟ ହାରିନି।”

ଅଷ୍ଟ୍ରେଲିଆ ବିରୋଧୀ ୩ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତର ପରାଜୟ ସତ୍ୱେ ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ କୋହଲିଙ୍କ ୧୦୪ ରନ୍ର ଇନିଂସ୍ ଦଳକୁ ବଜୟ ଆଣିଦେଇଥିଲା । ଏହି ଶତକ ପରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୭୧ ଶତକ ପରେ ତୃତୀୟ ସ୍ଥାନରେ ନିଜ ନାମ ସାମିଲ କରିବାରେ ସକ୍ଷମ ହୋଇଛନ୍ତି ।। ଆଝାରୁଦ୍ଦିନ୍ ଏହି ଅବସରରେ ଗତ କାଲି କୋହଲିଙ୍କୁ ବେଶ୍ ସହଯୋଗ ଦେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୫୪ ବଲ୍ରୁ ୫୫ ରନ୍ର ଇନିଂସ୍କୁ ମଧ୍ୟ ପ୍ରଶଂସା କରିଥିଲେ।

Related posts

ନ୍ୟୁଜିଲ୍ୟାଣ୍ଡ ମାଟିରେ ରେକର୍ଡ଼ କରିବା ନେଇ ଆଶାବାଦୀ : ରୋହିତ

Odisha Sports Bureau

ଭାରତକୁ ୩୦ରନ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ

Odisha Sports Bureau

୧୬୪ରେ ଅଟକିଲା କୋଲକତା

Odisha Sports Bureau