Cricket

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ମୁକାବିଲା । ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ରଖିଛି ଭାରତ । ତେବେ ଟେଷ୍ଟ ସିରିଜରେ ଇତିହାସ ରଚିବା ପରେ ଏବେ ଦିନିକିଆ ସିରିଜରେ ମଧ୍ୟ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମୁକାବିଲା ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି ।

ଅଷ୍ଟ୍ରେଲିଆ ମାଟିରେ ଭାରତ କେବେ ହେଲେ ଦ୍ୱିପାକ୍ଷିୟ ଦିନିକିଆ ସିରିଜ ଜିତି ନାହିଁ । ତେବେ କାଲିର ମ୍ୟାଚରେ ଯଦି ଭାରତ ବିଜୟୀ ହୁଏ, ତେବେ ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ଏକ ନୂଆ ଇତିହାସ ରଚିବ । ଆଉ ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ବିଜୟୀ ହେଲେ ଅଷ୍ଟ୍ରେଲିଆ ମାଟିରେ ଭାରତ ଗୋଟିଏ ବି ସିରିଜ ନହାରି ଭାରତକୁ ଫେରିବ । କାରଣ ଟି-୨୦ ସିରିଜ ୧-୧ରେ ବରାବର ରହିଥିବା ବେଳେ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଜିତି ଇତିହାସ ରଚିଥିଲା । ତେବେ କାଲିର ମ୍ୟାଚ ଜିତିବାକୁ ହେଲେ ଉଭୟ ଦଳକୁ ଭଲ ପଦର୍ଶନ କରିବାକୁ ହେବ ।

Related posts

୨୦୨୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟ

Odisha Sports Bureau

ଆଇପିଏଲ୍‌ରେ ପୁଣି ଥରେ ପଦାର୍ପଣ କଲା ଭଳି ଲାଗୁଛି: ଋଷଭ ପନ୍ତ

Odisha Sports Bureau

ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ କମ୍‌ବ୍ୟାକ୍‌ କଲା ଧୋନି ବାହିନୀ,