Cricket

ନ୍ୟୁଜିଲ୍ୟାଣ୍ଡ:୩୮ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍

(ଓଡିଶା ସ୍ପୋର୍ଟ): ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ନାପିଅରରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଘରୋଇ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଛି । ଏଠାକାର ମ୍ୟାକଲିନ୍ ପାର୍କରେ ଖେଳା ଯାଉଥିବା ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ମହମ୍ମଦ ସାମି ଓ କୁଲଦୀପ ଯାଦବ ଏବଂ ଯୁଜବେନ୍ଦ୍ର ଚହଲ ଚହଳ ପକାଇଛନ୍ତି । ଯାହାଫଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୩୮ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଜବାବରେ ଭାରତୀୟ ଦଳ କୌଣସି ଓ୍ଵିକେଟ୍ ନହରାଇ ୯ ଓଭରରେ ୪୧ ରନ୍ କରିଛି ।

ଶାମି ୬ ଓଭର ବୋଲିଂ କରି ୧୯ ରନ୍ ବ୍ୟୟରେ ୩ଟି ୱିକେଟ୍ ନେଇଛନ୍ତି। ସେ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଏବଂ କଲିନ୍ ମନରୋ କ୍ଲିନ୍ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ।

ଏହାପରେ କୁଲଦୀପଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ୧୦ ଓଭରରେ ୩୯ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ୟୁଜବେନ୍ଦର ଚହଲ ୨ଟି ଏବଂ କେଦାର ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ଏବଂ ବିଜୟ ଶଙ୍କର ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ।

Related posts

ପନ୍ତଙ୍କୁ ଖୁବଶୀଘ୍ର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

Odisha Sports Bureau

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

Odisha Sports Bureau