Tennis

ଅଷ୍ଟ୍ରେଲିଆନ୍ ଓପନ୍ ରେ ମହିଳା ଏକକରୁ ବିଦାୟ ନେଲେ ସେରେନା

(ଓଡିଶା ସ୍ପୋର୍ଟ): ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ର ମହିଳା ଏକକରେ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆମେରିକାର ସେରେନା ୱିଲିୟମ୍ସଙ୍କ ଅଭିଯାନ ଶେଷ ହୋଇଯାଇଛି। ବୁଧବାର କ୍ବାର୍ଟର୍ ଫାଇନାଲ୍ରେ ୨୩ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ତଥା ଷୋଡ଼ଷ ମାନ୍ୟତା ସେରେନାଙ୍କୁ ୪-୬, ୬-୪, ୫-୭ ସେଟ୍ରେ ସପ୍ତମ ମାନ୍ୟତା ଚେକ୍ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ମାତ୍ ଦେଇ ବିଦାୟ ରାସ୍ତା ଦେଖାଇଛନ୍ତି। ଫଳରେ ୨୪ ଗ୍ରାଣ୍ଡ୍ ସ୍ଲାମ୍ କୀର୍ତିମାନର ସମକକ୍ଷ ହେବାକୁ ସେରେନାଙ୍କୁ ଫ୍ରେଞ୍ଚ୍ ଓପନ୍ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେରେନାଙ୍କୁ ହରାଇ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିବା ପ୍ଲିସ୍କୋଭା ଫାଇନାଲ୍ ସ୍ଥାନ ପକ୍କା କରିବା ପାଇଁ ଜାପାନ୍ର ନାଓମି ଓସାକାଙ୍କୁ ଭେଟିବେ। ଅନ୍ୟଏକ କ୍ବାର୍ଟର ଫାଇନାଲ୍ରେ ଚତୁର୍ଥ ମାନ୍ୟତା ଓସାକା ସିଧାସଳଖ ୬-୪, ୬-୧ ସେଟ୍ରେ ଷଷ୍ଠ ମାନ୍ୟତା ୟୁକ୍ରେନର ଇଲିନା ସ୍ବିତୋଲିନାଙ୍କୁ ହରାଇ ପ୍ରଥମ ଥର ଲାଗି ଏଠାରେ ସେମିଫାଇନାଲ୍ ସ୍ଥାନ ପକ୍କା କରିôଥଲେ। ଏଥିସହ ୧୯୯୪ ପରେ ଓସକା ପ୍ରଥମ ଜାପାନୀ ମହିଳା ଖେଳାଳି ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଗତ ବର୍ଷ ୟୁଏସ୍ ଓପନ୍ରେ ସେରେନାଙ୍କୁ ହରାଇ ଓସାକା ପ୍ରଥମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ନିଜ ନାମରେ କରିଥିଲେ।

Related posts

ଫ୍ରେଞ୍ଚ ଓପନ୍: ସେମିଫାଇନାଲରେ ପହଞ୍ଚିଚିବାରେ ନାଦିଆ ପ୍ରଥମ ମହିଳା

Odisha Sports Bureau

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau