Hockey

ସ୍ପେନକୁ ହରାଇ ସିରିଜ ୧-୧ରେ ବରାବର କଲା ମହିଳା ହକି ଦଳ

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ୫-୨ ଗୋଲ୍ରେ ସ୍ପେନକୁ ହରାଇଛି । ପ୍ରଥମ ମ୍ୟାଚରେ ସ୍ପେନ୍ ଠାରୁ ହାରିଥିବା ଭାରତୀୟ ମହିଳା ଦଳ ତୃତୀୟ ମ୍ୟାଚରେ ଏହାର ପ୍ରତିଶୋଧ ନେଇଛି। ଦଳ ତୃତୀୟ ମ୍ୟାଚକୁ ୫-୨ରେ ଜିତି ସିରିଜ୍ ୧-୧ରେ ବରାବର କରିଛି। ଏବେ ୪ର୍ଥ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ।

ସ୍ପେନ୍ ପକ୍ଷରୁ ମ୍ୟାଚର ୭ମ ମିନିଟରେ ବୋନାଷ୍ଟ୍ରେ ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ତେବେ ମ୍ୟାଚର ୧୭ତମ ମିନିଟରେ ଭାରତ ପକ୍ଷରୁ ଲରେମ ସିମା ଗୋଲ ସ୍କୋର କରି ସ୍ଥିତି ୧-୧ରେ ବରାବର କରିଦେଇଥିଲେ। ନେହା ୨୧ତମ ମିନିଟରେ ଗୋଲ କରି ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ । କିନ୍ତୁ ବୋନାଷ୍ଟ୍ରେ ୨୫ତମ ମିନିଟରେ ପାଲଟା ଗୋଲ ଦେଇ ସ୍ଥିତି ୨-୨ କରିଦେଇଥିଲେ।

ମ୍ୟାଚ୍ର ୩୨ତମ ମିନିଟରେ ନବନୀତ କୌର ଗୋଲ କରି ଭାରତକୁ ପୁଣି ୩-୨ରେ ଆଗୁଆ କରିଦେଇଥିଲେ। ସ୍ପେନ୍ ସ୍ଥିତି ବରାବର କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ ହେଁ ଭାରତୀୟ ରକ୍ଷଣ ବିଭାଗ ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲା।

ଅଧିନାୟକ ରାଣୀ ରାମପାଲ ୫୧ ତମ ମିନିଟରେ ଗୋଲ କରି ସ୍ଥିତି ୪-୨ କୁ ଆଣିଥିଲେ। ମ୍ୟାଚ୍ ଶେଷ ହେବାକୁ ୨ ମିନିଟ୍ ବାକି ଥିବାବେଳେ ଲରେମ ସିମା ନିଜର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରି ଗୋଲ ବ୍ୟବଧାନ ୫-୨ରେ ପହଞ୍ଚାଇଥିଲେ।

Related posts

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲ

Odisha Sports Bureau

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau