Cricket

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

(ଓଡିଶା ସ୍ପୋର୍ଟ): ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ କୁ ସିରିଜ୍ ଜିତିଥିଲା। ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍  ଦଳ ୨-୧ରେ ଜିତି ଥିଲା। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଭାରତ ହାତେଇ ଥିଲା। ଏହି ସିରିଜ୍ରେ ଦଳ ୨-୧ରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆରେ ଏହା ଥିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ କୁ ବିଜୟ।

ଏହି ବିଜୟ ଲାଭ ପରେ ଖେଳାଳି ଓ ମ୍ୟାନେଜ୍ମେଣ୍ଟ ଷ୍ଟାଫ୍ କୁ ସହ ଚୟନ କମିଟି ସଦସ୍ୟଙ୍କୁ ବି ବିଜୟର ଲାଭ ମିଳିଛି। ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚୟନ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି।
ଐତିହାସିକ ଟେଷ୍ଟ୍ ସିରିଜ୍ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍  ଓ ମ୍ୟାନେଜମେଣ୍ଟ ଷ୍ଟାଫ୍  ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।

Related posts

ରିଷଭ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି

Odisha Sports Bureau

WTC ଖେଳିବେ ଇଶାନ କିଶାନ୍

Odisha Sports Bureau

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau