Cricket

୮ ୱିକେଟ୍ ରେ ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲ୍ୟାଣ୍ଡର ବୃହତ ବିଜୟ

(ଓଡିଶା ସ୍ପୋର୍ଟ): ଆଜି ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଦିନିକିଆରେ ଭାରତକୁ ହରାଇଛି। ଦଳ ୮ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇବା ସହିତ ସିରିଜ୍କୁ ୩-୧ ସ୍ଥିତିକୁ ଆଣିଛି। ଏହା ସହିତ ୫-୦ରେ ସିରିଜ୍ ଜିତିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ମାଟିରେ ମିଶିଯାଇଛି ।

ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ନିଜ ସମ୍ମାନ ବଞ୍ଚାଇବାରେ କିଛିଟା ସଫଳ ହୋଇଛି। ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ସମ୍ମୁଖର ରଖାଯାଇଥିବା ୯୩ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ମାତ୍ର ୧୪.୪ ଓଭରରେ ୨ ଓ୍ଵିକେଟ ବିନିମୟରେ ହାସଲ କରି ନେଇଛି।

ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡ ଆହ୍ଵାନ ଦେଇଥିଲା।ଭାରତ ୩୧ତମ ଓଭରରେ ମାତ୍ର ୯୨ରନ୍ରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନ୍ର ବିଜୟ ଳକ୍ଷ୍ୟ ଧାର୍ୟ୍ୟ କରିଥିଲା। ଆଉ ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡମାତ୍ର ୧୫ତମ ଓଭରରେ୨ ଓ୍ଵିକେଟ ବିନିମୟରେ ହାସଲ କରିନେଇଥିଲାଭୁବନେଶ୍ୱର କୁମାର ନ୍ୟୁଜିଲାଣ୍ଡର ଦୁଇଜଣ ବ୍ୟାଟ୍ସମ୍ୟାନ ଗୁପଟିଲ ଓ ଓ୍ଵିୟମସନଙ୍କୁ ଆଉଟ୍ କରିବାରେ ସକ୍ଷମ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଭାରତ ଏହି ମ୍ୟାଚ୍ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇଛି। ଆଜି ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ବିଶ୍ୱକପ୍ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଆଜି ଓ େଓ୍ଵଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଏବଂ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିବେ ନାହିଁ।

Related posts

ପ୍ରଥମ ଟେଷ୍ଟରେ ୭ ୱିକେଟରେ ବାଜି ହାତେଇଲା ୱେଷ୍ଟଇଣ୍ଡିଜ

କେରିବିୟନ ପ୍ରମିୟର ଲିଗରେ ରସେଲଙ୍କୁ ଚୋଟ

Odisha Sports Bureau

ଚଳିତ ଆଇପିଏଲର ଅଷ୍ଟାଦଶ ମ୍ୟାଚ ଚଣ୍ଡିଗଡର ମୋହାଲିରେ ଖେଳାଯାଛ

Odisha Sports Bureau