Cricket

ବିବିଏଲରୁ ସନ୍ନ୍ୟାସ ନେବେ ବ୍ରେଣ୍ଡନ ମ୍ୟାକୁଲମ

(ଓଡିଶା ସ୍ପୋର୍ଟ): ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ଅଷ୍ଟ୍ରେଲିଆର ଟି୨୦ ଟୁର୍ନାମେଣ୍ଟ ବିଗ ବାଶ ଲିଗ୍ (ବିବିଏଲ)ରୁ ଅବସର ନେବାକୁ ଯାଉଛନ୍ତି। ଚଳିତ ସଂସ୍କରଣ ତାଙ୍କର ଅନ୍ତିମ ସିଜନ ହେବ ବୋଲି ସେ ରବିବାର ସୂଚନା ଦେଇଛନ୍ତି। ଜଣେ ଖେଳାଳି ଭାବେ କ୍ରିକେଟରୁ ଅବସର ନେବା ପରେ କୋଚିଂ କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷା କରିବେ। ଆସନ୍ତା ୮ ତାରିଖରେ ମେଲବୋର୍ନ ଷ୍ଟାର୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ବାଜଙ୍କ କ୍ୟାରିୟରର ଅନ୍ତିମ ବିବିଏଲ ମୁକାବିଲା ହେବ। ପଏଣ୍ଟ ଟେବୁଲରେ ବ୍ରିସବେନ ହିଟ ୧୧ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଆଇପିଏଲରେ କୌଣସି ଦଳକୁ ଆକୃଷ୍ଟ କରିପାରି ନ ଥିବା ବାଜ ଚଳିତ ବର୍ଷ ବିଭିନ୍ନ ଟି୨୦ ଲିଗ୍ରେ ଅଂଶଗ୍ରହଣ କରିବେ।

Related posts

ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି; ବୋଲିଂ ଅଭ୍ୟାସ କରୁଛନ୍ତି କ୍ୟାପଟେନ ପାଣ୍ଡ୍ୟା

Odisha Sports Bureau

ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌

ରାଜସ୍ଥାନ ରୟାଲସ କ୍ୟାପଟେନ ହେବେ ରବୀନ୍ଦ୍ର ଜାଡେଜା!

Odisha Sports Bureau