Cricket

ବିଜେପି ରୁ ଲଢିବେ ବୀରେନ୍ଦ୍ର ସେହ୍ୱାଗ

(ଓଡିଶା ସ୍ପୋର୍ଟ): ରାଜନୀତି ପଡ଼ିଆରେ ଖେଳିବେ ଭାରତୀୟ ଟିମର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ ।ବିଜେପିରେ ଯୋଗଦେବେ ବୀରୁ ।କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ଏହି ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ ରାଜନୀତି ଜଗତରେ ଆରମ୍ଭ କରିବେ ନୂଆ ଇନିଂସ । ଏପରିକି ଆସନ୍ତା ଲୋକସଭା ନିର୍ବାଚନରେ ହରିୟାଣା ରୋହତକ ସଂସଦୀୟ ଆସନରୁ ଲଢ଼ିପାରନ୍ତି ।

ଭାରତୀୟ କ୍ରିକେଟ ଇତିହାସରେ ବିରେନ୍ଦ୍ର ସେହୱାଗଙ୍କ ବ୍ୟାଟିଂକୁ ନେଇ ଆଜି ବି ଅନେକ ରେକର୍ଡ଼ ରହିଛି । କିନ୍ତୁ ବୀରୁ ଯଦି ରାଜନୀତିରେ ଡେବ୍ୟୁ କରି ରୋହତକ ଆସନରୁ ବିଜେପି ପାଇଁ ଲଢ଼ନ୍ତି ତେବେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ମ୍ୟାଜିକ ମଧ୍ୟ ରୋହତକ ଆସନକୁ ଅକ୍ତିଆର କରିପାରିନଥିଲା । ବିଜେପିକୁ ଏହି ସଂସଦୀୟ କ୍ଷେତ୍ରରେ କଂଗ୍ରେସରୁ ଦୀପେନ୍ଦ୍ର ହୁଡ୍ଡା କଡ଼ା ଟକ୍କର ଦେଇ ସାଂସଦ ସିଟ ପାଇଛନ୍ତି ।

Related posts

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ

ସିରାଜଙ୍କ ନୂଆ ଘରେ ବିରାଟଙ୍କ ସମେତ ପୁରା ଆରସିବି ଟିମ୍

ପୂର୍ବତନ ସ୍ପିନ୍ ବୋଲର ବ୍ରୁସୟାର୍ଡଲୀଙ୍କର ବିୟୋଗ

Odisha Sports Bureau