Cricket

ଟି-୨୦ରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନରେ ଶେଷ ତଥା ଅନ୍ତିମ ଟି-୨୦ରେ ୪ ରନରେ ପରାସ୍ତ ହେବା ସହ ୨-୧ରେ ସିରିଜ ହାରିଲା ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ମାଟିରେ ଟିମ ଇଣ୍ଡିଆର ଟି-୨୦ ସିରଜ ବିଜୟ ଆଶା ଧୂଳିସାତ୍ । ହାମିଲଟନ ସେଡାନପାର୍କର ଶେଷ ଦିନିକିଆରେ ବାଜି ମାରିଛି କ୍ୱିଓ୍ଵି ଟିମ । ୨୧୩ ରନ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ୨୦୮ ରନ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ ହରାଇ ୨୧୨ ରନ୍ କରିଛି । ଦଳ ପକ୍ଷରୁ କୋଲିନ୍ ମୁନରୋ ସର୍ବାଧିକ ୭୨ ରନ୍ କରିଥିବା ବେଳେ ଟିମ୍ ସୈଫର୍ଟ ୪୩ ରନ୍ କରିଥିଲେ। ପ୍ରଥମରୁ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଦୁଇ ଓପନର ମୁନରୋ ଓ ସୈଫର୍ଟ। ଦୁହେଁ ୮୦ ରନ୍ର ପାର୍ଟନରସିପ୍ କରିଥିଲେ। ଏହାପରେ ଓ୍ଵିଲିୟମସନ୍, ଗ୍ରାଣ୍ଡସହୋମ୍ ବି ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୨ଟି ଓ୍ଵିକେଟ ନେଇଛନ୍ତି ।

Related posts

କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

Odisha Sports Bureau

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

Odisha Sports Bureau