Cricket

ଚଳିତ ମାସ ୧୪ ତାରିଖରୁ ବିସିସିଆଇ ଦିନିକିଆ ଲିଗ,ସାମିଲ ହେଲେ ଅର୍ଜୁନ

(ଓଡିଶା ସ୍ପୋର୍ଟ): ବିସିସିଆଇ ଦିନିକିଆ ଲିଗ ଲାଗି ୨୩ ବର୍ଷରୁ କମ ମୁମ୍ବାଇ ଦଳରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସ୍ଥାନ ମିଳିଛି। ଏହି ପ୍ରତିଯୋଗିତା ଚଳିତ ମାସ ୧୪ ତାରିଖରୁ ଜୟପୁରରେ ଆରମ୍ଭ ହେବ। ଅର୍ଜୁନ ବିଭିନ୍ନ ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଡିୱାଇ ଟ୍ବେଣ୍ଟି-୨୦ କପ୍ ଏବଂ ଆର୍ଏଫ୍ଏସ୍ ତାଲିଆନ୍ ଖାନ୍ ସ୍ମାରକୀ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହିପରି ୧୯ ବର୍ଷରୁ କମ୍ କେସି ମହିନ୍ଦ୍ରା ସିଲ୍ଡରେ ସେ ୭୦ ରନ୍ରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଗତ ବର୍ଷ ଇଂଲଣ୍ଡ ଗସ୍ତରେ ନେଟ୍ସ ବେଳେ ଅର୍ଜୁନ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ବୋଲିଂ କରିବାର ଅଭିଜ୍ଞତା ହାସଲ କରିଥିଲେ।

Related posts

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

Odisha Sports Bureau

ନେହଲ ୱାଧେରାଙ୍କ ଛକାମାଡରେ ଭାଙ୍ଗିଲା କାରର କାଚ