Cricket

ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ

(ଓଡିଶା ସ୍ପୋର୍ଟ): ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଦ୍ୱିପାକ୍ଷିକ ମ୍ୟାଚକୁ ନେଇ ଚାଲିଥିବା ବିବାଦଆଜି ଆହୁରି ତୀବ୍ର ହୋଇଛି। ଆଜି ପାକିସ୍ତାନ କ୍ରିକେଟ୍ ବୋର୍ଡର ମ୍ୟାନେଜିଂ ଡାଇରେକ୍ଟର ୱାସିମ ଖାନ୍ କହିଛନ୍ତି,“ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଭବିଷ୍ୟତରେ ସମ୍ଭବ ହେବ ବୋଲି ଆଶା ନାହିଁ। ପିସିବି ଏମିତି ଏକ ପରିସ୍ଥିତି ସୃଷ୍ଟି କରିବ ଯେଉଁଠି ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚ ଖେଳିବେ।

ଆମେ ଏବେ ଆଗକୁ ବଢ଼ିବାକୁ ଚାହୁଁଛୁ। କିନ୍ତୁ ଏହାର ଅର୍ଥ ନୁହେଁ ଭାରତ ସହ ମ୍ୟାଚ ଖେଳିବାକୁ ଆମେ ସବୁ ବେଳେ ଅପେକ୍ଷା କରି ବସିଥିବୁ। ଭାରତକୁ ଆଲୋଚନା ପାଇଁ ଡାକିବୁ ଏବଂ ମ୍ୟାଚ ଖେଳିବାକୁ କହିବୁ। ଆମେ ଭାରତକୁ ଅନେକ ଥର ଖେଳିବାକୁ ନିମନ୍ତ୍ରଣ କରିଛୁ। ହେଲେ ସେମାନେ ଶୁଣୁ ନାହାନ୍ତି। ଏବେ ଆମେ ଏମିତି ପରିସ୍ଥିତି ସୃଷ୍ଟି କରିବୁ ଯେଉଁଠି ଭାରତ ଆମ ସହ ମ୍ୟାଚ ଖେଳିବା ପାଇଁ ଅନୁରୋଧ କରିବ। ଆମେ ଭାରତକୁ ଅପେକ୍ଷା କରି ଆମ ଦେଶର ଖେଳାଳିଙ୍କ ବିକାଶକୁ ଅଣଦେଖା କରିପାରିବୁ ନାହିଁ। ଆମ କ୍ରିକେଟ୍ର କେମିତି ବିକାଶ ହେବ, ଆମେ ତାକୁ ଅଧିକ ଗୁରୁତ୍ୱ ଦେବୁ।”

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ ଜାନୁଆରୀରୁ କୌଣସି ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ। ତେବେ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ମୁହାଁମୁହିଁ ହେବାର ନଜିର ରହିଛି।

Related posts

ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ ମୁମ୍ବାଇ- ଲକ୍ଷ୍ନୌ

Odisha Sports Bureau

ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଟକ୍କର, ICC ନେବ ଚୂଡ଼ାନ୍ତ ନିଷ୍ପତ୍ତି

Odisha Sports Bureau

ବିଶ୍ୱକପ ମହାକୁମ୍ଭ ପାଇଁ ଭାରତର କାର୍ଯ୍ୟସୂଚୀ

Odisha Sports Bureau