More Sports

ପ୍ରଶିକ୍ଷଣ ନେବା ପାଇଁ ଫ୍ଲୋରିଡ଼ା ଯିବେ ଦୂତୀ

(ଓଡିଶା ସ୍ପୋର୍ଟ): ଫ୍ଲୋରିଡ଼ା ଯିବେ ଦ୍ରୁତତମ ଧାବିକା ଦୂତି ଚାନ୍ଦ । ଟୋକିଓ ଅଲିମ୍ପିକ୍ସରେ ନିଜ ସ୍ଥାନ ସଂରକ୍ଷଣ କରିବା ପାଇଁ ଦେଶର ଧାବିକା ଦୂତି ଚାନ୍ଦ ଲକ୍ଷ୍ୟ ରଖିଛନ୍ତି। ମେ’ ମାସରୁ ସେ ଫ୍ଲୋରିଡ଼ାରେ ପ୍ରଶିକ୍ଷକ ଲୌବରନଙ୍କ ଅଧୀନରେ ୨ ମାସିଆ ତାଲିମ ନେବେ। ଫେଡେରେସନ୍ କପ୍ ଏବଂ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପରେ‌ ସେ ଫ୍ଲୋରିଡ଼ା ଗସ୍ତ କରି ଏହି ଉଚ୍ଚତର ପ୍ରଶିକ୍ଷଣ ଗ୍ରହଣ କରିବେ। ନିଜ ଦୌଡ଼ରେ ରହିଥିବା ବୈଷୟିକ ତ୍ରୁଟିକୁ ସୁଧାରିବା ତାଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଦୂତି କହିଛନ୍ତି। ନିକଟରେ ହାଇଦ୍ରାବାଦର ଗୋପୀଚାନ୍ଦ ଏକାଡେମିରେ ଲୌରନ୍‌ ଏବଂ ଦୂତିଙ୍କ ନିୟମିତ ପ୍ରଶିକ୍ଷକ ଏନ୍ ରମେଶ ଏକ ୨୦ ଦିନିଆ ତାଲିମ ପ୍ରଦାନ କରିଥିଲେ। ତେବେ ଗତବର୍ଷ ଜାକର୍ତା ପାଲେମବାଙ୍ଗ ଏସୀୟ କ୍ରୀଡ଼ାରେ ୧୦୦ ଏବଂ ୨୦୦ ମିଟର୍ ଦୌଡ଼ରୁ ଦୁଇଟି ରୌପ୍ୟ ପଦକ ଜିତି ଇତିହାସ ରଚିଥିବା ଦୂତି ନିଜର ଶେଷ ୨୦ ମିନିଟ୍‌ ଦୌଡ଼ରେ ଗତି ବଢ଼ାଇବା ଲାଗି ରହିଥିବା ଦୁର୍ବଳତା ଉପରେ ଗୁରୁତ୍ବ ଦେଇଛନ୍ତି। ଅନୁଦାନ ପାଇଁ ସେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇକୁ ଚିଠି ଲେଖିଥିବା କଥା ମଧ୍ୟ କହିଛନ୍ତି।

Related posts

ଅଲିମ୍ପିକ୍ ଦିବସରେ ଲେଟସ ମୁଭ୍ ଅଭିଯାନରେ ଯୋଗ ଦେଲା ଓଡିଶାର ୬୩,୦୦୦ ବିଦ୍ୟାଳୟ

ଖୋ ଖୋ ପାଇଁ ଓଡିଶା ସରକାରଙ୍କ ଆଶା

Odisha Sports Bureau

ଶେଷ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ

Odisha Sports Bureau