More Sports

ବିବାହ କରିବେ ଆନମ ଓ ଅସଦ

(ଓଡିଶା ସ୍ପୋର୍ଟ): ବିବାହ ବନ୍ଧନରେ ବାନ୍ଧିହେବେ ଟେନିସ ସୁନ୍ଦରୀ ସାନିଆ ମିର୍ଜାଙ୍କ ଉଉଣୀ ଆନମ ଓ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦ । ଅସଦ ଓ ଆନମ ଦୀର୍ଘଦିନ ହେବ ପରସ୍ପରକୁ ପ୍ରେମ କରୁଥିଲା ବେଳେ ଏବେ ଏହାକୁ ବିବାହର ରୂପ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୫ ବର୍ଷୀୟ ଅସଦ ଏବଂ ୨୮ ବର୍ଷୀୟା ଆନମ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ଏହାର ସଙ୍କେତ ଦେଇଛନ୍ତି। ଉଭୟ ଏକାଠି ଦୁବାଇରେ ସପିଂ କରୁଥିବାର ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଏମାନେ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ଆବଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Related posts

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ଚେସ୍ ଚାମ୍ପିଅନସିପରେ ସାଇନାଙ୍କୁ ରୌପ୍ୟ

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

Odisha Sports Bureau