Badminton

ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍, ସିନ୍ଧୁଙ୍କୁ ବିଦାୟର ପଥ ଦେଖାଇଲେ ସୁଙ୍ଗ୍ ଜି ହୁଆନ୍

(ଓଡିଶା ସ୍ପୋର୍ଟ): ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରରୁ ପଦକ ଆଶାୟୀ ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ସନ୍ଧ୍ୟାରେ କୋରିଆର ସୁଙ୍ଗ୍ ଜି ହୁଆନ୍ ପଞ୍ଚମ ମାନ୍ୟତା ସିନ୍ଧୁଙ୍କୁ ୨୧-୧୬, ୨୦-୨୨ ଓ ୨୧-୧୮ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି।ଯାହା ଭାରତ ପାଇଁ ପ୍ରଥମ ଦିନରେ ଏକ ବଡ଼ ଝଟକା । ସିନ୍ଧୁ ଦ୍ବିତୀୟ ଏବଂ ତୃତୀୟ ସେଟ୍ରେ ୮ ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ ମଧ୍ୟ ସୁଙ୍ଗଙ୍କ ଶକ୍ତିଶାଳୀ ସର୍ଭିସ୍ ଆଗରେ ଶେଷରେ ହାର ମାନିଥିଲେ। ସୁଙ୍ଗ୍ଙ୍କ ବିପକ୍ଷରେ ୮/୬ର ଜୟ/ପରାଜୟ ପରିସଂଖ୍ୟାନ ସହ ସିନ୍ଧୁ ଏହି ମ୍ୟାଚ୍କୁ ଯାଇଥିଲେ। ହେଲେ ୮୧ ମିନିଟ୍ର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୁଙ୍ଗ୍ ବାଜି ମାରି ନେଇଥିଲେ। ଦ୍ବିତୀୟ ଓ ତୃତୀୟ ସେଟ୍ର ଶେଷ କିଛି ମିନିଟ୍ରେ ସିନ୍ଧୁ ଜବରଦସ୍ତ ଖେଳ ଖେଳିଥିଲେ। ହେଲେ ମାତ୍ରାଧିକ ଅନିଚ୍ଛାକୃତ ତ୍ରୁଟି କରି ମ୍ୟାଚ୍ ହାତଛଡ଼ା କରିଥିଲେ।

Related posts

କମନୱେଲଥ ଗେମରୁ ବାଦ ପଡିଲେ ପିଭି ସିନ୍ଦୁ

Odisha Sports Bureau

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau

ମାନ୍ୟତାର ତଳକୁ ଖସିଲେ ସିନ୍ଧୁ