Cricket

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି : ଭାରତ

(ଓଡିଶା ସ୍ପୋର୍ଟ): ଆଜି ମୋହାଲିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଭାରତ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଗତ ମ୍ୟାଚର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ଦଳରେ ୪ଟି ପରିବର୍ତ୍ତନ ସହ ଆଜି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ସ୍ଥାନରେ ଯୁବ ତାରକା ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ସେହିପରି ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇଛି । ମହମ୍ମଦ ଶାମିଙ୍କୁ ବିଶ୍ରାମ ମିଳିଥିବା ବେଳେ ତାଙ୍କ ସ୍ଥାନରେ ଆଜି ଭୁବନେଶ୍ୱର କୁମାର ଖେଳିବେ । ସେହିପରି ଚତୁର୍ଥ ସ୍ଥାନ ବ୍ୟାଟିଂ ପାଇଁ ଅମ୍ବାତି ରାଇଡୁଙ୍କ ପରିବର୍ତ୍ତେ ଆଜି ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଛି ।

ଭାରତ ପାଇଁ ରାଇଡ଼ୁଙ୍କ ଖରାପ ଫର୍ମ ଆଉ ଏକ ବଡ ଚିନ୍ତା, ତେବେ ତାଙ୍କ ସ୍ଥାନରେ କେ ଏଲ୍ ରାହୁଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇପାରେ । ଶେଷ ଦୁଇଟି ଦିନିକିଆରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ତାଙ୍କ ଜାଗାରେ ରିଷଭ ପନ୍ତ ମୋହାଲି ଦିନିକିଆରେ ୱିକେଟରକ୍ଷକ ଭାବରେ ଖେଳିବେ ।

Related posts

ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି

ଧୋନି ଓ କୋହଲିଙ୍କ ସହ ଏକାଭଳି ସମ୍ପର୍କ: ଗୌତମ ଗମ୍ଭୀର

ୱେଷ୍ଟଇଣ୍ଡିଜ୍ ଦଳର ବିପର୍ଯ୍ୟୟ: ଅସନ୍ତୋଷ ପ୍ରକଟ କଲେ ପୂର୍ବତନ ଖେଳାଳି

Leave a Comment