Cricket

ଧୋନୀଙ୍କ ଅନୁପସ୍ଥିତିରେ ୪ର୍ଥ ଦିନିକିଆରେ ଅସହଜ ମନେ କଲେ: ବିରାଟ

(ଓଡିଶା ସ୍ପୋର୍ଟ):ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସୀମିତ ଓଭରର ଟିମର ଅଧ ଅଧିନାୟକ । ମୋହାଲିରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତର ପରାଜୟ ଉପରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଧିନାୟକ ବିଶନ ସିଂହ ବେଦୀ କହିଛନ୍ତି, ଧୋନୀଙ୍କ ଅନୁପସ୍ଥିତିରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିରୋଧରେ ୪ର୍ଥ ଦିନିକିଆରେ ଅସହଜ ମନେ ହେଉଥିଲେ । ଧୋନୀଙ୍କୁ ଅନ୍ତିମ ୨ଟି ଦିନିକିଆ ପାଇଁ ବିଶ୍ରାମ ଦିଆଯାଇଛି । ଶୃଙ୍ଖଳା ଏବେ ୨-୨ ସ୍ତରରେ ଅଛି ।
ଆସନ୍ତା ବୁଧବାର ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ ।
ବେଦୀ କହିଛନ୍ତି, ମୁଁ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ କିନ୍ତୁ ଆମେ ସମସ୍ତେ ଦୁଃଖପ୍ରକାଶ କରିଥିଲୁ, ଯେତେବେଳେ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିଲା । ପଂଜାବର ମୋହାଲି ଷ୍ଟାଡିୟମରେ ୱିକେଟ ପଛରେ ଧୋନୀ ନଥିବାରୁ ପଡ଼ିଆଟା ଖାଲି ଖାଲି ଲାଗୁଥିଲା । ଏହା ଭଲ ସଙ୍କେତ ନଥିଲା ।
୭୨ ବର୍ଷିଅ ବେଦୀ କହିଛନ୍ତି, ଭାରତୀୟ ଟିମକୁ ବିଶ୍ୱକପ ପୂର୍ବରୁ ଦିନିକିଆ ଟିମରେ ପ୍ରୟୋଗ କରିବା ନଥିଲା । ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଚାହୁଁଛି ଯେ, ବର୍ତ୍ତମାନ ତାଙ୍କୁ ଖେଳାଯିବା ଦରକାର । ବିଶ୍ୱକପ ଆହୁରି ଦେଢ଼ ମାସ ବାକି ଅଛି । କେବଳ ନିଜର ଖେଳ ଖେଳନ୍ତୁ । ବିଶ୍ୱକପ ପାଇଁ ଆମେ ଦେଢ଼ ବର୍ଷପୂର୍ବୁର ପ୍ରସ୍ତୁତି ଚଳାଇଛୁ । ବେଦୀ କହିଛନ୍ତି, ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଥିବା ଆଇପିଏଲ ବିଶ୍ୱକପକୁ ପ୍ରଭାବିତ କରିପାରେ ।

Related posts

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

Odisha Sports Bureau

ହର୍ଷିତ ରାଣା ହେଲେ ଅଧିନାୟକ, ପ୍ରଥମ ଥର ପାଇଁ ପାଇଲେ ଏହି ଦାୟିତ୍ୱ

Odisha Sports Bureau