(ଓଡିଶା ସ୍ପୋର୍ଟ): ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ।ଉଭୟ ଦଳ ସିରିଜ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ।ଅଷ୍ଟ୍ରେଲିଆ ଭାରତକୁ କଡ୍ଡ଼ା ଟକ୍କର ଦେବ । ଫିରୋଜଶାହା କୋଟଲାରେ ପଞ୍ଚମ ଦିନିକିଆ କ୍ରିକେଟ ମ୍ୟାଚରେ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ୍ କରୁଛି । ଭାରତୀୟ କ୍ୟାପଟେନ ବିରାଟ କୋହଲି ମଧ୍ୟ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଚାହୁଁଥିଲେ।
ଭାରତୀୟ ଟିମ ସେମାନଙ୍କ ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିଛନ୍ତି। ଭାରତୀୟ ଏକାଦଶରେ କେଏଲ୍ ରାହୁଲ ଓ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଆସିଛନ୍ତି ମହମ୍ମଦ୍ ଶାମି ଓ ରବୀନ୍ଦ୍ର ଜାଡ଼େଜା।