Wrestling

ମଲ୍ଲ ଯୋଦ୍ଧା ରିତୁ ଫୋଗତ ଟପ୍ ରୁ ବାହାର

(ଓଡିଶା ସ୍ପୋର୍ଟ): ଫୋଗତ ଭଉଣୀମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ଛୋଟ ମଲ୍ଲ ଯୋଦ୍ଧା ରିତୁ ଫୋଗତଙ୍କୁ ଟାରଗେଟ୍ ଅଲମ୍ପିକ୍ ପୋଡିୟମ୍ (ଟପ୍)ରୁ ବାହାର କରିଦିଆଯାଇଛି । ରିତୁ କିଛିଦିନ ପୂର୍ବରୁ ମିକ୍ସଡ୍ ମାର୍ଶାଲ ଆର୍ଟ(ଏମଏମଏ) ରେ ପଦାର୍ପଣ କରିଥିଲେ । ଭାରତୀୟ ଖେଳ ପ୍ରାଧିକରଣ ରିତୁଙ୍କୁ ଟପ୍ ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । କିନ୍ତୁ ସେ ନିଜକୁ ଟୋକିଓ ଅଲମ୍ପିକ୍ ରେ ନିଜର ଅନୁପସ୍ଥିତିକୁ ଯାହିର କରିନାହାନ୍ତି ।

ସେ ସିଙ୍ଗାପୁରରେ ଏମଏମଏ ରେ ପଦାର୍ପଣ କରିବେ । ବୈଠକରେ ୫ଟି ଦଳ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟୋକିଓ ପୈରାଅଲମ୍ପିକ୍ ଖେଳ ପାଇଁ ଟପ୍ ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏମାନଙ୍କ ମଧ୍ୟରେ ମନୋଜ ସରକାର ଏବଂ ପ୍ରମୋଦ ଭଗତ(ପୁରୁଷ ଏକକ ଏସଏଲ ୩), ସୁକାନ୍ତ କଦମ, ତରୁଣ ଏବଂ ସୁହାସ(ପୁରୁଷ ଏକକ ଏସ୍ ଏଲ ୪)ରେ ଯୋଗ ଦେବେ । ୬ଜଣ ସନ୍ତରଣ କାରୀଙ୍କୁ ମଧ୍ୟ ୨୦୨୪ ଅଲମ୍ପିକ୍ ପାଇଁ ଡେଭଲପ୍ମେଣ୍ଟ ଗ୍ରୁପ୍ରେ ସାମିଲ କରାଯାଇଛି ।

Related posts

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ହରିୟାଣା କୁସ୍ତି ତାରକା ଅନିତା ସେରଣ

ରେସଲିଂ ଟ୍ରାଏଲ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଭିନେଶ ଫୋଗାଟଙ୍କ ସମେତ ୬ ରେସଲରଙ୍କ ପାଇଁ ଖୁସି ଖବର

Odisha Sports Bureau

ରେସଲରଙ୍କୁ ଯୌନ ନିର୍ଜାତନା ମାମଲାରେ ଏଫଆଇଆର ରଜୁ କରିବାକୁ ସୁପ୍ରିମକୋଟ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସଂଘ

Odisha Sports Bureau