Cricket

ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚ ଟିକେଟ ବିକ୍ରି

(ଓଡିଶା ସ୍ପୋର୍ଟ): ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା କିକ୍ରେଟ ବିଶ୍ୱକପ ମହାକୁମ୍ଭ ପାଇଁ ଆଉ ୪୮ ଦିନ ବାକି ଅଛି। ତେବେ ୫୦ ଦିନ ପୂର୍ବରୁ ଅଭ୍ୟାସ ମ୍ୟାଚ୍ଗୁଡ଼ିକର ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଅଫିସିଆଲ ସିଡବ୍ଲୁସି୧୯ ଟିକେଟିଂ ୱେବ୍ସାଇଟ୍ରୁ ହିଁ ଟିକେଟ କିଣିପାରିବେ ବୋଲି କୁହାଯାଇଛି। ପୌଢ଼ମାନଙ୍କ ପାଇଁ ଟିକେଟର ସର୍ବନିମ୍ନ ମୂଲ୍ୟ ୧୫ ଏବଂ ୧୬ ବର୍ଷରୁ କମ୍ ବୟସ୍କମାନଙ୍କ ପାଇଁ ୧ ପାଉଣ୍ଡ ଧାର୍ୟ୍ୟ କରାଯାଇଛି। ଅଭ୍ୟାସ ମ୍ୟାଚ୍ଗୁଡ଼ିକ ମେ’ ୨୪ରୁ ୨୮ ତାରିଖ ପର୍ୟ୍ୟନ୍ତ ଖେଳାଯିବାର ସୂଚୀ ରହିଛି। ପ୍ରତ୍ୟେକ ଦଳ ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ୨ ଲେଖାଏଁ ଅଭ୍ୟାସ ମ୍ୟାଚ୍ ଖେଳିବେ।

ଅଭ୍ୟାସ ମ୍ୟାଚ୍ଗୁଡ଼ିକ ୪ ଭେନ୍ୟୁ (ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ୍, କାର୍ଡିଫ୍ ୱେଲ୍ସ ଷ୍ଟାଡିୟମ୍, ହାମ୍ପସାୟର ବାଉଲ୍ ଏବଂ ଦି ଓଭାଲ୍)ରେ ଖେଳାଯିବ। ଅନ୍ଲାଇନ୍ ବ୍ୟତୀତ ଅବଶିଷ୍ଟ ଟିକେଟ ପ୍ରତି ମ୍ୟାଚ୍ ଦିନ ହିଁ ସଂପୃକ୍ତ ଭେନ୍ୟୁରେ ଉପଲବ୍ଧ ହେବ। ତେବେ ଭେନ୍ୟୁସ୍ଥଳରେ ଟିକେଟ ମୂଲ୍ୟ ଅନ୍ଲାଇନ୍ ତୁନାରେ ୫ ପାଉଣ୍ଡ୍ ଅଧିକ ରହିବ। ଫଳରେ ଅନ୍ଲାଇନ୍ ଜରିଆରେ ଆଗୁଆ ଟିକେଟ କ୍ରୟ କରିନେବାକୁ ଆୟୋଜକ ପରାମର୍ଶ ଦେଇଛନ୍ତି।

Related posts

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

Odisha Sports Bureau

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

Odisha Sports Bureau

ମହିଳା ଦିବସରେ ମହିଳା ଟି-୨୦ ଫାଇନାଲ ମ୍ୟାଚ