More Sports

ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

(ଓଡିଶା ସ୍ୱୋର୍ଟ): ଚଳିତ ଏସିଆନ ବକ୍ସିଂ ଚାମ୍ପିଅନଶିପରେ ଭାରତର କବିନ୍ଦର ସିଂହ ବିଷ୍ଟ ପଦକ ପକ୍କା କରିଛନ୍ତି। ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ କାଇରାତ୍ ୟେରାଲିୟେଭଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

କଜାଖସ୍ତାନ ବକ୍ସର ୟେରାଲିୟେଭଙ୍କ ବିରୋଧରେ କବିନ୍ଦର ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ୟେରାଲିୟେଭ ଭାରତୀୟ ବକ୍ସରଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ରାଉଣ୍ଡରେ କବିନ୍ଦର ଜବରଦସ୍ତ ଆଟାକ୍ କରି ମୁକାବିଲାକୁ ଜିତି ନେଇଥିଲେ।

କବିନ୍ଦର ଏହା ପୂର୍ବରୁ ଫିନଲ୍ୟାଣ୍ଡରେ ଅନୁଷ୍ଠିତ ଜିବି ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୟେରାଲିୟେଭ ଗତବର୍ଷ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରତର ମହିଳା ବକ୍ସର ସୋନିଆ କ୍ୱାର୍ଟରଫାଇନାଲରେ କୋରିଆର ଜୋ ସନ୍ ହ୍ୱା’ଙ୍କୁ ପରାସ୍ତ କରିଥିଲେ। ତେବେ ଜାତୀୟ ଚାମ୍ପିଅନ୍ ଦୀପକ ସିଂହ (୪୯ କେଜି) ମଧ୍ୟ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ସେହିପରି ସୋନିଆ ଚହଲ୍ (୫୭ କେଜି) ମଧ୍ୟ ମହିଳା ଅନ୍ତିମ-୪ରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ୱାର୍ଲ୍ଡ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ଲୋଭଲିନ୍ ବୋର୍ଗୋହେନ୍ (୬୯ କେଜି) କ୍ୱାର୍ଟରରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଏନ୍-ଚିନଙ୍କଠାରୁ ହାରି ବିଦାୟ ନେଇଛନ୍ତି।

Related posts

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

Odisha Sports Bureau

ବାସନ୍ଦ ସତ୍ତେ୍ୱ ଜାତୀୟ ଶିବିରରେ ଜିମ୍ନାଷ୍ଟ ଦୀପା କର୍ମକର

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

Odisha Sports Bureau