Cricket

ହାଇଦ୍ରାବାଦରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ

(ଓଡିଶା ସ୍ପୋର୍ଟ): ମାର୍ଚ୍ଚ୨୩ରୁ ଆରମ୍ଭ ହୋଇଥିବା ଆଇପିଏଲର ଫାଇନାଲ ଭେନ୍ୟୁକୁ ନେଇ ଚାଲିଥିବା ସସପେନ୍ସରେ ବ୍ରେକ୍ ଲାଗିଛି। ଆସନ୍ତା ମେ’ ୧୨ ତାରିଖରେ ଆଇପିଏଲ ଦ୍ୱାଦଶ ସଂସ୍କରଣର ଫାଇନାଲ ଚେନ୍ନାଇ ବଦଳରେ ହାଇଦ୍ରାବାଦରେ ହେବ।

ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ବନ୍ଦ ପଡ଼ିଥିବା ୩ଟି ଷ୍ଟାଣ୍ଡ ଖୋଲିବା ପାଇଁ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ କୁ ସରକାର ଅନୁମତି ଦେଲେ ନାହିଁ। ଏହି କାରଣରୁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମୁକାବିଲା ଭେନ୍ୟୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଟୁର୍ଣ୍ଣାମେଣ୍ଟ ନିୟମ ଅନୁଯାୟୀ, ଗତ ସିଜନର ବିଜେତା ଟିମ୍ ହିଁ ଏହି ଲିଗର ଫାଇନାଲ୍ ମ୍ୟାଚର ଆୟୋଜନ କରିଥାଏ।

ଗତ ସିଜନରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ଏହି କାରଣରୁ ଚଳିତ ସିଜନର ଫାଇନାଲ୍ ମ୍ୟାଚ୍ ଚେନ୍ନାଇରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। ତେବେ ଚେନ୍ନାଇ ଟିମ୍ ପାଖରେ ପ୍ଲେଅଫ୍ ରାଉଣ୍ଡ ତା’ର ହୋମ୍ ଭେନ୍ୟୁରେ ଖେଳିବାର ସୁଯୋଗ ରହିଛି।

ବର୍ତ୍ତମାନ ପଏଣ୍ଟ ଟେବୁଲର ଟପରେ ଥିବା ଚେନ୍ନାଇ ଟିମ୍ ଲିଗ୍ ପର୍ୟ୍ୟାୟ ପରେ ଅତି କମରେ ଦ୍ୱିତୀୟ ସ୍ଥାନରେ ରୁହେ, ତାହେଲେ ଏହି ଟିମ୍ ତା’ର ହୋମ୍ ଭେନ୍ୟୁରେ କ୍ୱାଲିଫାୟର୍ ଖେଳିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ଏଲିମିନେଟର (ମେ’ ୮) ଏବଂ ଦ୍ୱିତୀୟ କ୍ୱାଲିଫାୟର୍ (ମେ’ ୧୦) ବିଶାଖାପାଟଣାରେ ଖେଳାଯିବ।

Related posts

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

ଶାରା-ଶୁଭବନ ବିବାହକୁ ନେଇ ଚର୍ଚ୍ଚା , ଭାଇରାଲ ହେଉଛି ଭିଡିଓ

Odisha Sports Bureau

ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ

Odisha Sports Bureau