Cricket

୪୬ ବର୍ଷରେ ମାଷ୍ଟର ବ୍ଲାଷ୍ଟରଙ୍କର ୨୪ ତାରିଖ ସହ ଖାସ ସଂମ୍ପର୍କ

(ଓଡିଶା ସ୍ପୋର୍ଟ): ଆଜି କ୍ରିକେଟ ଦୁନିଆର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିନ । ସେ ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସେହି ଛୋଟ ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ସଚିନ୍ ଏହି ଯାତ୍ରା ସମୟରେ ଇତିହାସ ରଚିଯାଇଛନ୍ତି । କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ ।

ଏହି ୨୪ ତାରିଖ ସହ ଏକ ଖାସ୍ ସଂପର୍କ ରହିଛି ସଚିନ୍ ତେନ୍ଦୁଲକରଙ୍କର । ଏହିଦିନ ନା କେବଳ ତାଙ୍କର ଜୀବନର ଆରମ୍ଭ ହୋଇଥିଲା ବରଂ ଅନେକ ଲକ୍ଷ ମଧ୍ୟ ହାସଲ କରିଛନ୍ତି । ସଚିନଙ୍କ ପାଇଁ ୨୪ ତାରିଖର ମହତ୍ତ୍ୱ।

୨୪ ଏପ୍ରିଲ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ତାଙ୍କ ଓଜନ ମାତ୍ର ୨.୮୫ କିଲୋଗ୍ରାମ୍ ଥିଲା । କିନ୍ତୁ ଆଗକୁ ଯାଇ ସେହି ଶିଶୁ କ୍ରିକେଟର ବନିଗଲା ଯୁଗପୁରଷ ।

୨୪ ଫେବ୍ରୁଆରୀ ୧୯୮୮ରେ ଛୋଟ ସଚିନ୍ ଚର୍ଚ୍ଚାର ଶିରୋନାମା ପାଲଟିଯାଇଥିଲେ, ଆଉ ପୁରା ବିଶ୍ୱ ତାଙ୍କୁ କରିଥିଲା ପ୍ରଶଂସା । ଏହି ଦିନ ସଚିନ ନିଜ ପିଲାବେଳର ବନ୍ଧୁ ବିନୋଦ୍ କାମ୍ବଲୀଙ୍କ ସହ ପାର୍ଟନରସିପରେ ହେରିଶ୍ ଶିଲ୍ଡର ସେମିଫାଇନାଲ୍ ୬୬୪ରନ୍ କରିଥିଲେ । ଏହି ପାର୍ଟନରସିପରେ ସଚିନ୍ ୩୨୬ ଏବଂ କାମ୍ବଲୀ ୩୪୯ ରନ୍ କରିଥିଲେ । ସେତେବେଳେ କାମ୍ବଲୀଙ୍କୁ ୧୬ ବର୍ଷ ଏବଂ ସଚିନଙ୍କୁ ୧୪ ବର୍ଷ ହୋଇଥିଲା । ଏହି ପାର୍ଟନରସିପ୍ କ୍ରିକେଟର ଶ୍ରେଣୀ ପାଇଁ ସବୁଠାରୁ ବଡ଼ ପାର୍ଟନରସିପ୍ ଥିଲା ।

ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ ।

୨୪ ଫେବ୍ରୁଆରୀ ୨୦୧୦ରେ ଗ୍ୱାଲିୟରର କ୍ୟାପଟେନ୍ ରୁପ୍ ସିଂହ ଷ୍ଟାଡିୟମରେ ଏକ ଐତିହାସିକ ଇନିଂସ୍ ଖେଳିଥିଲେ । ଯାହା ବିଷୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ ।

ସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ । ଉଭୟଙ୍କ ନିର୍ବନ୍ଧ ୧୯୯୪ରେ ନ୍ୟୁଜିଲାଣ୍ଡରେ ହୋଇଥିଲା ।
୨୪ ସେପ୍ଟେମ୍ବର ୧୯୯୯ରେ ସଚିନଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ଜନ୍ମ ହୋଇଥିଲା ।

୨୪ ଏପ୍ରିଲ୍ ୨୦୧୧ ଏହି ଦିନ ସହ ଏକ ଦୁଃଖଦ ଘଟଣା ମଧ୍ୟ ଜଡିତ । କୋଟି କୋଟି ଲୋକଙ୍କ ଆସ୍ଥାର କେନ୍ଦ୍ର ଆଧ୍ୟତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ନିଧନ ହୋଇଥିଲା । ଆଉ ସତ୍ୟ ସାଇଙ୍କ ଜଣେ ବଡ଼ ଭକ୍ତ ଥିଲେ ସଚିନ୍ । ତେଣୁ ସତ୍ୟ ସାଇଙ୍କ ନିଧନ ଯୋଗୁଁ ସେହି ବର୍ଷ ୨୪ ଏପ୍ରିଲରେ ନିଜର ଜନ୍ମ ଦିନ ପାଳନ କରିନଥିଲେ କ୍ରିକେଟ୍ କିମ୍ବଦନ୍ତୀ ।

Related posts

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

Odisha Sports Bureau

ଗୁଜୁରାଟଠୁ ବିଜୟ ହାତେଇଲା ମୁମ୍ବାଇ

Leave a Comment