Cricket

ବିଶ୍ଵକପ୍ ଟ୍ରଫି ସହ ନଜର ଆସିଲେ କିଙ୍ଗ୍ ଖାନ୍

ମୁମ୍ବାଇ: ବଲିଉଡ ଆଉ କ୍ରିକେଟର ମଧ୍ୟରେ ସମ୍ପର୍କ ଆମେ ସବୁ ବେଳେ ଶୁଣିଆସିଥାଉ । ଏହି ସମ୍ପର୍କ ସବୁବେଳେ ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଥାଏ । ଏଥର ବିଶ୍ୱକପ ୨୦୨୩ ଭାରତରେ ଦ୍ୱରା ଆୟୋଜିତ କରାଯାଇଛି । ଏହାପୂର୍ବରୁ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ୱାଲ୍ଡ ଟ୍ରଫି ସହ ନଜର ଆସିଥିଲେ। ଏହି ଫଟେ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ବୁଧବାର ରାତିରେ ଅର୍ଥାତ୍ ୧୯ ତାରିଖରେ ଆଇସିସିର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶାହରୁଖ ଖାନଙ୍କ ୱାଲ୍ଡକପ୍ ଟ୍ରଫି ସହିତ ଏକ ଫଟୋ ସେୟାର କରାଯାଇଥିଲା। ଫଟୋରେ ଶାହରୁଖ ଟ୍ରଫିକୁ ଅତି ସୁନ୍ଦର ଭାବରେ ଦେଖୁଥିବାର ନଜର ଆସିଛନ୍ତି। ଏହା ସହିତ କ୍ୟାପସନରେ ଲେଖାହୋଇଥିଲା, “ଏହା ଏଠାରେ ଅଛି ଟ୍ଟ” ଏଥର ଟିମ୍ ଇଣ୍ଡିଆ ୧୯୮୩ ଏବଂ ୨୦୧୧ ପରେ ତୃତୀୟ ଙଊଓ ୱାର୍ଲ୍ଡକପ୍ ଟାଇଟଲ୍ ଜିତିବାକୁ ଚାହୁଁଛି । ଏହି ମେଗା ଟୁର୍ନାମେଣ୍ଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଏବଂ ରନର୍ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

Related posts

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

Odisha Sports Bureau

କାହା ମୁଣ୍ଡରେ ଦୋଷ ଲଦିବିନି… ହାରିବା ପରେ କାହିଁକି ରାଗିଲେ ଅଧିନାୟକ ଶ୍ରେୟସ ?

୪ ମାସ ହେବ ଦରମା ନମିଳିବାରୁ ପିସିବିକୁ ଧମକ ଦେଲେ ପାକିସ୍ତାନ ଖେଳାଳି; ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

Odisha Sports Bureau