Cricket

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ରହିବେନି ଇଶାନ କିଷନ

ନୂଆଦିଲ୍ଲୀ: ଭାରତୀୟ ଦଳ ସଂପ୍ରତି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛି।  ଆଜିଠୁ ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଜୁଲାଇ ୨୭ରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପରେ ଟି-୨୦ ଆୟୋଜନ ହେବ। ଏହା ପରେ ଭାରତ ଆୟରଲାଣ୍ଡ ଗସ୍ତ କରିବ। ତେବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜରେ ଓ୍ଵିକେଟ୍ କିପର ଭାବେ ଦୁଇ ଜଣ ଖେଳାଳି ଅଛନ୍ତି। ଏହି ଦୁଇ ଓ୍ଵିକେଟ୍ କିପର ବ୍ୟାଟର ହେଉଛନ୍ତି ଇଶା କିଷନ ଏବଂ ସଞ୍ଜୁ ସାମସନ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦଳୀୟ ପ୍ରବନ୍ଧକ ଅଧିକ ମ୍ୟାଚ ଇଶାନ କିଷନଙ୍କୁ ସୁଯୋଗ ଦେବେ। କାରଣ ସେ ଜଣେ ବାମହାତୀ ବ୍ୟାଟର ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଏସିଆ କପ୍ ୨୦୨୩କୁ ଦୃଷ୍ଟିରେ ରଖି ଦଳ ପ୍ରବନ୍ଧକ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି। କିଛି ମ୍ୟାଚ୍ରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଇଶାନ କିଷନଙ୍କ ପାଇଁ ମୁସ୍କିଲ ହୋଇପାରେ। କିନ୍ତୁ ଆୟରଲାଣ୍ଡ ବିପକ୍ଷ ପୂରା ସିରିଜ୍ରେ ସଞ୍ଜୁ ସାମସନ ଓ୍ଵିକେଟ୍ କିପର ଦାୟିତ୍ଵ ସମ୍ଭାଳିବେ।

Related posts

ରୋହିତ ଓ ବିରାଟଙ୍କ ଭଳି ଷ୍ଟାର ଖେଳାଳିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ବିଶ୍ୱକପ

ବିଶ୍ୱକପ୍ ଚୟନ ଭେନ୍ୟୁକୁ ନେଇ ବିବାଦ

ଦିନିକିଆ ମ୍ୟାଚରେ ରୋହତ ଶର୍ମା ଆହତ

Odisha Sports Bureau