Cricket

ଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡ

ପାକିସ୍ତାନ କ୍ରିକେଟ୍ ବୋର୍ଡ ଦିନିକିଆ ବିଶ୍ଵକପ୍ ପାଇଁ ନିଜ ଦଳକୁ ଭାରତ ପଠାଇବା ନେଇ ଏବେ ବି ସନ୍ଦିହାନରେ ରହିଛି। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ବିଶ୍ଵାସ ଯେ ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ ଭାରତରେ ଦିନିକିଆ ବିଶ୍ଵକପ୍ ଖେଳିବ। ଆଇସିସି ମଙ୍ଗଳବାର ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁ ଥିବା ଦିନିକିଆ ବିଶ୍ଵକପ୍‌ର କ୍ରୀଡ଼ାସୂଚୀ ଜାରି କରିଛି। ଏଥିସହ କିଛି ଦଳଗୁଡ଼ିକ ବିପକ୍ଷରେ ପାକିସ୍ତାନର ମ୍ୟାଚ୍ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ନ କରାଇବା ପିସିବିର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ପିସିବି ଚେନ୍ନାଇର ଟର୍ଣ୍ଣିଂ ପିଚ୍‌ରେ ଆଫଗାନିସ୍ତାନ ଏବଂ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ଖେଳିବାକୁ ଚାହୁଁନାହିଁ।

ବିଶ୍ଵକପ୍‌ କାର୍ଯ୍ୟକ୍ରମ ଘୋଷଣା ପରେ ପିସିବି ସ୍ପଷ୍ଟ ଭାବେ କହିଛି ଯେ, ପାକିସ୍ତାନ କ୍ରିକେଟ୍ ଦଳ ବିଶ୍ଵକପ୍ ଖେଳିବା ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରେ।ପିସିବିର ଜନୈକ ଅଧିକାରୀ କହିଛନ୍ତି, ବିଶ୍ଵକପ୍‌ରେ ଆମ ଦଳ ଖେଳିବା ଏବଂ ଅକ୍ଟୋବର ୧୫ରେ ଅହମ୍ମଦାବାଦରେ କିମ୍ବା ସେମି ଫାଇନାଲ୍‌ ପହଞ୍ଚିଲେ ମୁମ୍ବାଇରେ ଖେଳିବା ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରେ। ଆଇସିସିର ମୁଖପାତ୍ର କହିଛନ୍ତି, ସମସ୍ତ ଦେଶକୁ ନିଜ ଦେଶର ଆଇନର ପାଳନ କରିବା ଉଚିତ୍ ଏବଂ ଆମେ ଏହାର ସମ୍ମାନ କରୁଛୁ। ମାତ୍ର ଆମେ ବିଶ୍ଵାସ କରୁଛୁ ଯେ, ପାକିସ୍ତାନୀ ଦଳ ଦିନିକିଆ ବିଶ୍ଵକପ୍‌ ଖେଳିବା ପାଇଁ ଭାରତ ଆସିବ। ପାକିସ୍ତାନ ଶେଷ ଥର ୨୦୧୬ ଟି-୨୦ ବିଶ୍ଵକପ୍ ଭାରତରେ ଖେଳିଥିଲା।

Related posts

ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ଅଭିଷେକ ଶର୍ମା, ସୂଚନା ଦେଲେ ଅଧିନାୟକ

Odisha Sports Bureau

ଆଇପିଏଲ ୧୩: ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି କୁମିନ୍ସ

Odisha Sports Bureau

ଇଏ ବିରାଟ ନୁହନ୍ତି, ବିରାଟଙ୍କ ହମସକଲ