More Sports

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଦିବ୍ୟାଂଶ

(ଓଡିଶା ସ୍ପୋର୍ଟ): ଖୁବ କମ ବୟସରେ ବଡ଼ ସଫଳତା ହାସଲ କରିଛନ୍ତି ଏହି ଅଲମ୍ପିଆନ । ବୟସ ମାତ୍ର ୧୬ ବର୍ଷ । ହେଲେ ଏଇ ବୟସରେ ବଡ଼ ବଡ଼ ଦିଗବିଜୟ ଙ୍କୁ ପଛରେ ପକାଇ ସେ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ହେଉଛନ୍ତି ଦିବ୍ୟାଂଶ ସିଂହ ପଓ୍ଵଁର । ଚୀନ୍ର ରାଜଧାନୀ ବେଜିଂରେ ଚାଲିଥିବା ଆଇଏସ ଏସଏଫ ବିଶ୍ୱ କପ୍ ସୁଟିଂ ଚାମ୍ପିଅନ୍ସିପ୍ରେ ସେ ରୌପ୍ୟ ପଦକ ଜିତିଛନ୍ତି । ୧୦ ମିଟର ଏୟାର ରାଇଫଲରେ ଦିବ୍ୟାଂଶ ଏହି ସଫଳତା ହାସଲ କରିଛନ୍ତି । ସେ ୨୪୯ ପଏଣ୍ଟ ପାଇଥିବା ବେଳେ ମାତ୍ର ୦.୦୪ ପଏଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ ପ୍ରତିଯୋଗୀ ଠାରୁ ପଛରେ ରହି ଯାଇଥିଲେ ।

ଏହି ପ୍ରତିଯୋଗିତାରେ ଦିବ୍ୟାଂଶ ଆଜି ଦ୍ୱିତୀୟ ପଦକ ଜିତିଛନ୍ତି । ଗତକାଲି ସେ ଅଞ୍ଜୁମ ମୋଦିଗଲଙ୍କ ସହ ମିଶି ୧୦ ମିଟର ଏୟାର ରାଇଫଲ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ବର୍ଗରେ ପଦକ ଜିତିବାରେ ଦିବ୍ୟାଂଶ ହେଉଛନ୍ତି ଭାରତର ପ୍ରଥମ ଖେଳାଳି ।

Related posts

ଟୋକିଓ ଅଲିମ୍ପିକ୍ସ: ଇଲାଭେନିଲ, ଆନିଶଙ୍କ ସମେତ ୩୪ ସୁଟର ସମ୍ଭାବ୍ୟ କୋର ଗ୍ରୁପରେ ସ୍ଥାନିତ

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau