Cricket

ଧୋନିଙ୍କ ଖେଳକୁ ଦେଶର ଆବଶ୍ୟକତା ରହିଛି: ଲତା ମଙ୍ଗେସକର

(ଓଡିଶା ସ୍ପୋର୍ଟ): ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍ରେ ହାରି ଆଇସିସି ବିଶ୍ୱକପ୍ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ହେବା ପରେ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ବିଶ୍ଵକପ ସେମି ଫାଇନାଲରେ ଭାରତର ନିରାଶଜନକ ପରାଜୟ ପରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟ୍ଵିଟ୍ କରି ଭାରତୀୟ ଦଳ ଓ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ ବଢାଇଛନ୍ତି। ଲତା ନିଜର ସ୍ଵରରେ ଗୁଲଜାର ସାହାବଙ୍କ ଦ୍ଵାରା ଲିଖିତ ଏକ ଗୀତକୁ ଟିମ୍ ଇଣ୍ଡିଆକୁ ଉତ୍ସର୍ଗ କରି ଟ୍ଵିଟ୍ କରିଛନ୍ତି ଯେ, କାଲି ଆମେ ଜିତି ପାରିଲୁ ନାହିଁ ମାତ୍ର ଆମେ ହାରି ନାହୁଁ। ଗୁଲଜାର ସାହାବ କ୍ରିକେଟ୍ ପାଇଁ ଲେଖିଥିବା ଏହ ଗୀତ ଆମ ଦଳକୁ ମୁଁ ଉତ୍ସର୍ଗ କରୁଛି। ଲତା ମଙ୍ଗେସକର ଟ୍ଵିଟ୍ ସହିତ ନିଜେ ଗାଇଥିବା ଗୀତର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।
ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍ ଟ୍ୱିଟ୍ କରି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନ କରିବା ପାଇଁ ଅନୁରୋଧ କରିଛନ୍ତି। ଲତାଙ୍କର ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି।

ଲତା ମଙ୍ଗେସକର ଲେଖିଛନ୍ତି, ‘ନମସ୍କାର ଏମ୍.ଏସ୍ ଧୋନିଜୀ। ଆଜିକାଲି ମୁଁ ଶୁଣିବାକୁ ପାଉଛି ଯେ ଆପଣ ଅବସର ନେବାକୁ ଚାହୁଁଛନ୍ତି। ଦୟାକରି ଆପଣ ଏପରି ଚିନ୍ତା କରନ୍ତୁ ନାହିଁ। ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି।’

ସେ ଆହୁରି ଲେଖିଛନ୍ତି, ‘ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଏବେ ଅବସର କଥା ଭାବନ୍ତୁ ନାହିଁ।’

ଧୋନିଙ୍କୁ ପସନ୍ଦ କରୁଥିବା ୟୁଜର୍ସ ସୋଶାଲ୍ ମିଡିଆରେ ଲତାଙ୍କ କଥାକୁ ସମର୍ଥନ କରିଛନ୍ତି। ୧୪ ହଜାର ଲୋକ ଏହି ଟ୍ୱିଟ୍କୁ ଲାଇକ୍ କରିଥିବା ବେଳେ ୭୦୦ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ମିଳିଛି।

Related posts

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau

ଅଷ୍ଟ୍ରେଲିଆ-ଇଂଲଣ୍ଡ ଅନ୍ତିମ ଆଶେସ ଟେଷ୍ଟରୁ ଜେସନ୍ ରୟଙ୍କୁ ବାଦ

Odisha Sports Bureau