Cricket

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ

(ଓଡିଶା ସ୍ପୋର୍ଟସ୍): ଆସନ୍ତା ଅଗଷ୍ଟ ୩ ତାରିଖରୁ ୱେଷ୍ଟଇଣ୍ଡିଜରେ ମ୍ୟାଚ ଆରମ୍ଭ ହେବ । ଭାରତ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ତେଣୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଏମଏସକେ ପ୍ରସାଦଙ୍କ ନେତୃତ୍ଵାଧୀନ ଚୟନ କମିଟି ଶୁକ୍ରବାର ଭାରତୀୟ କ୍ରିକେଟ୍ ଦଳ ଚୟନ କରିବେ। ଏହି ସମୟରେ ଚୟନକର୍ତ୍ତାଙ୍କ ନଜର ବିରାଟ କୋହଲି ସିରିଜରେ ଯିବେ କି ନାହିଁ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଭବିଷ୍ୟତ ଉପରେ ରହିବ। ୩୮ ବର୍ଷୀୟ ଧୋନୀ ଏବେ ବ୍ୟାଟିଂରେ ମ୍ୟାଚ୍ ଫିନିସର ଭୂମିକା ନିଭାଇ ପାରୁନାହାନ୍ତି। ସେ ଏ ପର୍ୟ୍ୟନ୍ତ ନିଜର ସନ୍ନ୍ୟାସକୁ ନେଇ କିଛି କହି ନାହାନ୍ତି। କିନ୍ତୁ ତାଙ୍କର ସନ୍ନ୍ୟାସକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।
ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵକପକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଯୁବ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ସୁଯୋଗ ଦେଇ ପାରନ୍ତି। ଏହା ପୂର୍ବରୁ ଧୋନୀଙ୍କୁ ଗତ ବର୍ଷ ଅକ୍ଟୋବରରେ ଖେଳାଯାଇଥିବା ଓ୍ଵେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଚୟନ କରାଯାଇନଥିଲା।
ଏଥର ମଧ୍ୟ ପୂରା ସମ୍ଭାବନା ରହିଛି ଯେ, ଧୋନୀ ଟି-୨୦ ଦଳରୁ ବାହାରେ ରହିବେ। ଅନ୍ୟ ପଟେ କୋହଲି ଓ୍ଵେଷ୍ଟଇଣ୍ଡିଜ ଗସ୍ତ କରିବେ କି ନାହିଁ ତାହା ଉପରେ ଚୟନକର୍ତ୍ତାଙ୍କୁ ଚିନ୍ତା କରିବାକୁ ପଡ଼ିବ। ଅନେକଙ୍କ କହିବା କଥା ଆଗାମୀ ବ୍ୟସ୍ତବହୁଳ ଘରୋଇ ସିରିଜକୁ ଧ୍ୟାନରେ ରଖି କୋହଲିଙ୍କୁ ଏବେ ବିଶ୍ରାମ ଦେବା ଉଚିତ୍। ରୋହିତ ଶର୍ମା ସୀମିତ ଓଭରରେ ଅଧିନାୟକତ୍ଵ କରି ପାରିବେ। ଏହା ପରେ ଟେଷ୍ଟ ସିରିଜରେ କୋହଲି ଦଳର ନେତୃତ୍ଵ ନେବେ। କାରଣ ଏହି ଦୁଇଟି ଟେଷ୍ଟ ଆଇସିସି ଟେଷ୍ଟ ଚମ୍ପିଆନସିପର ଅଂଶ ଅଟେ।

Related posts

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

Odisha Sports Bureau

ଆତଙ୍କବାଦୀ ଟାର୍ଗେଟରେ କୋହଲି

Odisha Sports Bureau

ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ ।

Odisha Sports Bureau