Cricket

ଟିମ ଇଣ୍ଡିଆ ଖେଳାଳିଙ୍କ ତାଲିକାକୁ ନେଇ ଖୁସି ନାହାନ୍ତି ଗାଙ୍ଗୁଲି

(ଓଡିଶା ସ୍ପୋର୍ଟସ୍): ଗତ୨୧ ତାରିଖରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଯେଉଁଥିରେ ଉଭୟ ଦିନିକିଆ, ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି ପାଇଁ ଖେଳାଳି ଚୟନ କରାଯାଇଛି।
କିନ୍ତୁ ଟିମ ଇଣ୍ଡିଆର ଖେଳାଳି ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଖେଳାଳି ତାଲିକାରେ ଶୁଭମ ଗିଲ୍ ଏବଂ ଅଜିଙ୍କ୍ୟେ ରାହାନେ ସ୍ଥାନ ପାଇନଥିବାରୁ ସେ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି।

ଆଜି ଟ୍ୱିଟ୍ କରି ଗାଙ୍ଗୁଲି କହିଛନ୍ତି, “ଦଳରେ ଅନେକ ଖେଳାଳି ରହିଛନ୍ତି ଯେଉଁମାନେ କ୍ରିକେଟର ସବୁ ଫର୍ମାଟରେ ଖେଳି ପାରିବେ। କିନ୍ତୁ ଏହି ଖେଳାଳି ତାଲିକାରେ ଅଜିଙ୍କ୍ୟ ରାହାନେ ଏବଂ ଶୁଭମାନ ଗିଲ ସ୍ଥାନ ପାଇନଥିବା ଦେଖି ମୁଁ ଆଶ୍ଚର୍ୟ୍ୟ ହେଉଛି।”
ଏବେ ଚୟନ କମିଟି ଏମିତି ଖେଳାଳିଙ୍କୁ ବାଛିବା ଦରକାର, ଯେଉଁମାନେ କି କ୍ରିକେଟର ତିନୋଟି ଯାକ ଫର୍ମାଟ୍ ପାଇଁ ଫିଟ୍ ଥିବେ। ଖେଳାଳି ଚୟନ ବେଳେ ସମସ୍ତଙ୍କ ଖୁସି କରିବାକୁ ଚେଷ୍ଟା ନ କରି ଦେଶର ସବୁଠୁ ଭଲ ଖେଳାଳିଙ୍କୁ ଚୟନ କରିବା ଉଚିତ ହୋଇଥାନ୍ତା ବୋଲି ସେ ଅନ୍ୟ ଏକ ଟ୍ଵିଟରେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ତାଲିକା ଘୋଷଣା କରିଥିଲା।

Related posts

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

Odisha Sports Bureau

ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା

Odisha Sports Bureau

ଝାଡ଼ଖଣ୍ଡରୁ ସର୍ବାଧିକ ବ୍ୟକ୍ତିଗତ କରଦାତା ହେଲେ ଏମଏସ ଧୋନି