Cricket

ଧୋନିଙ୍କ ବ୍ୟତୀତ ଏହି ସମସ୍ତ କିକ୍ରେଟର ସାମିଲ ହୋଇଥିଲେ ସେନାରେ

(ଓଡିଶାସ୍ପୋର୍ଟସ୍): ଟିମ ଇଣ୍ଡିଆର ୱିକେଟ କିପର ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପରେ ପରାସ୍ତ ପରେ ୨ ମାସ ଯାଏଁ କିକ୍ରେଟରରୁ ଅବସର ନେଇ ଟେରିଟରିଆଲ୍ ଆର୍ମି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । ଧୋନି ୩୧ ଜୁଲାଇରୁ ଅଗଷ୍ଟ ୧୫ ଯାଏ ଜମ୍ମୁ କଶ୍ମୀରର ପାରାସୁଟ୍ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ। ଏହି ସମୟରେ ଘାଟିରେ ପ୍ୟାଟ୍ରୋଲିଂ ଦାୟିତ୍ୱରେ ରହିବା ସହିତ ଯବାନଙ୍କ ସହ ସମୟ ବିତାଇବେ। ତେବେ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଦେଶର କ୍ରିକେଟ୍ ଖେଳାଳି ବ୍ୟାଟ୍ ବଲ ସହିତ ବନ୍ଧୁକ ଧରିଥିବା ଜଣାପଡ଼ିଛି।
କର୍ଣ୍ଣେଲ୍ କୋଟ୍ଟରୀ କନକୈୟା ନାଇଡୁ
ଟିମ୍ ଇଣ୍ଡିଆ କ୍ରିକେଟର କେସି ନାଇଡୁ ୧୯୨୩ରେ ହୋଲ୍କର ରାଜା ଅନୁମତି ଦେବା ପରେ ସେନାରେ କେସିଙ୍କୁ କର୍ଣ୍ଣେଲ ପଦବୀ ଦିଆଯାଇଥିଲା।

ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ହେମୁ ଅଧିକାରୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ଏହି କ୍ରିକେଟରଙ୍କ ଟେଷ୍ଟ କ୍ୟାରିଅର ବିଳମ୍ୱରେ ଆରମ୍ଭ ହୋଇଥିଲା। ୨୯ ବର୍ଷ ବୟସରେ ହେମୁ ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ସମୟରେ ଖେଳାଯାଇଥିବା ୪୭ଟି ଟେଷ୍ଟ ମ୍ୟାଚରୁ ୨୧ଟିରେ ସେ ଭାଗ ନେଇଥିଲେ। ହେମୁ ମଧ୍ୟ କ୍ରିକେଟ ବ୍ୟାଟ ଛାଡ଼ି ସେନାରେ ପ୍ରଶିକ୍ଷଣ ନେଇଥିଲେ।
ସାର୍ ଡନ୍ ବ୍ରାଡମ୍ୟାନ୍
କ୍ରିକେଟ ଦୁନିଆର ସବୁଠାରୁ ମହାନ ଖେଳାଳି ସାର୍ ଡନ୍ ବ୍ରାଡମ୍ୟାନ୍ ମଧ୍ୟ ଲେଫ୍ଟନାଣ୍ଟ ପଦବୀ ପାଇଥିଲେ। ୧୯୪୦ ମସିହା ଜୁନ ମାସରେ ସେ ଅଷ୍ଟ୍ରେଲିଆର ବାୟୁସେନାରେ ସାମିଲ୍ ହୋଇଥିଲେ। ପରେ କିନ୍ତୁ ତାଙ୍କୁ ବଦଳି କରାଯାଇଥିଲା। କିଛି ଦିନ ସେନାରେ ପ୍ରଶିକ୍ଷଣ ନେବା ପରେ ତାଙ୍କୁ ଲେଫ୍ଟନାଣ୍ଟ ପଦବୀ ଦିଆଯାଇଥିଲା। କିନ୍ତୁ ଅଣ୍ଟାରେ ବାରମ୍ବାର ଯନ୍ତ୍ରଣା ହେଉଥିବାରୁ ୧୯୪୧ରେ ତାଙ୍କୁ ଏହି ସେବାରୁ ମୁକ୍ତ କରାଯାଇଥିଲା।
ସାର୍ ଲେନ୍ ହଟନ୍
ଇଂଲଣ୍ଡର ମହାନ କ୍ରିକେଟର୍ ସାର୍ ଲେନ୍ ହଟନ୍ ନିଜର ୨୩ତମ ଏବଂ ୨୯ତମ ଜନ୍ମଦିନ ସେନାର ଟ୍ରେନିଂ ସେଣ୍ଟରରେ ସର୍ଜେଣ୍ଟ ଭାବରେ କାମ କରିଥିଲେ। ଏହି ପଦବୀରେ ଥିବା ବେଳେ ତାଙ୍କ କାନ୍ଧରେ ଆଘାତ ପାଇଥିଲେ। ଯେଉଁଥିପାଇଁ ସେ ତାଙ୍କ କ୍ୟାରିଅରରେ ହୁକ୍ ଶଟ୍ ଖେଳି ପାରିନଥିଲେ।
ହେଡଲି ବେରିଟୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଅନେକ କ୍ରିକେଟର ଯୁଦ୍ଧ ବେଳେ ବନ୍ଧୁକ ଧରି ସୀମା ଜଗିଥିଲେ। ଦ୍ଵିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ବେଳେ ୧୯୪୩ ମସିହାରେ ଇଂଲଣ୍ଡର ବାମହାତୀ ସ୍ପିନର ହେଡଲି ବେରିଟୀଙ୍କ ମୃତ୍ୟୁ ଇଟାଲୀରେ ଯୁଦ୍ଧବନ୍ଦୀ ଥିବା ଅବସ୍ଥାରେ ହୋଇଥିଲା।

ଡେନିସ କମ୍ପଟନ
ଡେନିସ କମ୍ପଟନ ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଇଂଲଣ୍ଡ ପାଇଁ ୧୪ଟି ଟେଷ୍ଟ ମ୍ୟାଚ ଓ ମୋଟ ୭୮ଟି ମ୍ୟାଚ ଖେଳିଥିଲେ।ଏହା ବ୍ୟତୀତ ସେ ଭାରତରେ ୧୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି। ଏହି ସମୟରେ ସେ ସର୍ଜେଣ୍ଟ ମେଜର ପଦବୀରେ କାମ କରୁଥିଲେ। କମ୍ପଟନ ଜାପାନ ବିରୋଧରେ ଯୁଦ୍ଧ ଲଢ଼ିଥିଲେ।
ମିଲର
ଅଷ୍ଟ୍ରେଲିଆର କ୍ରିକେଟର କିଥ ମିଲର ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପାଇଲଟ ଭାବରେ ଯୋଗ ଦେଇଥିଲେ। ସେ ଖାଲି କ୍ରିକେଟର ନୁହେଁ ଭଲ ଗୀତ ମଧ୍ୟ ଗାଉଥିଲେ।
ଅନ୍ୟାନ୍ୟ ଭାରତୀୟ କ୍ରିକେଟର
ଚନ୍ଦ୍ରଶେଖର ଗଡକରୀ, ନାରାୟଣ ସ୍ୱାମୀ, ରମନ ସୁରେନ୍ଦ୍ରନାଥ, ଅପୂର୍ବ ସେନଗୁପ୍ତା ଏବଂ ବେଂଟପ୍ପା ମୁଦ୍ଦିଆ ଭଳି ଖେଳାଳି ମଧ୍ୟ ସେନାରେ ଯୋଗ ଦେଇଥିଲେ।

Related posts

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

Odisha Sports Bureau

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

Odisha Sports Bureau

ଭାରତ ଓ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ