More Sports

୫୦ଜଣ କ୍ଷମତାଶାଳୀଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୂତୀ

(ଓଡ଼ିଶା ସ୍ପୋର୍ଟ): ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛନ୍ତି ଦୂତୀ । ପୁଣି ଆଉ ଏକ ଆଉ ଏକ ସଫଳତା ହାସଲ କରିଛନ୍ତି ଦୂତୀ । ୫୦ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଦୂତୀ । ଇଣ୍ଡିଆ ଟୁଡେ ହାଇ ଆଣ୍ଡ ମାଇଟି ରାଙ୍କିଙ୍ଗର ୪୭ ତମ ସ୍ଥାନରେ ଅଛନ୍ତି ଦୂତୀ ଚାନ୍ଦ । ଦୂତୀଙ୍କୁ ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍ ଭାବେ ବର୍ଣ୍ଣନା କରାଯାଇଛି । କିଛି ଦିନ ତଳେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାର ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିବାରେ ଦୂତୀ ପ୍ରଥମ ଭାରତୀୟ ହୋଇଥିଲେ । ଏହା ସହ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ପ୍ରଥମ ଭାରତୀୟ ମହିଳା ଭାବରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶହେ ମିଟର ରେସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ହାଇ ଆଣ୍ଡ ମାଇଟି ରାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟତମ ଭାରତୀୟ ଭାବେ ଦୂତୀ ୪୭ ତମ ସ୍ଥାନରେ ଅଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ ।ଏହାସହ ତାଲିମ ଓ ପ୍ରତିଯୋଗିତା ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦୂତୀଙ୍କୁ ପରାମର୍ଶ ଦେଇଛନ୍ତି ।

Related posts

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ପ୍ରଥମ ଲିଟେରାରି ଫେଷ୍ଟିଭାଲ

Odisha Sports Bureau

ଅଶ୍ୱଚାଳନାରେ ଭାରତକୁୁ ସ୍ୱର୍ଣ୍ଣ , ଭାରତର ୩ୟ ସ୍ୱର୍ଣ୍ଣ

Odisha Sports Bureau

ଓପନ ଟିଟି ଟାଇଟଲ୍ ଜିତିଲେ ହରମୀତ ଦେଶାଇ

Odisha Sports Bureau