More Sports

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

(ଓଡ଼ିଶା ସ୍ପୋର୍ଟ): ଇଟାଲୀରେ ମାଷ୍ଟର ଗେମ୍ସ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ରୋପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସେ ସଟ ପୁଟରେ ମଧ୍ୟ କାଂସ୍ୟପଦକ ପାଇଥିଲେ ।
ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
ନିଜର ଅଭିନନ୍ଦନ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଥିବାରୁ ପାର୍ବତୀ ସେଠୀଙ୍କୁ ଅଭିନନ୍ଦନ । ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ।”
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସରେ ଚମତ୍କାର ପ୍ରଦର୍ଶନ ପାଇଁ ପାର୍ବତୀଙ୍କୁ ଅଭିନନ୍ଦନ । ସେ ଡିସକସ ଥ୍ରୋରେ ରୋପ୍ୟ ଓ ସଟ ପୁଟରେ କାଂସ୍ୟ ପଦକ ପାଇଛନ୍ତି । ଓଡ଼ିଶାର ଏହି ଝିଅ ସାରା ଦେଶକୁ ଗର୍ବିତ କରିଛି ।

Related posts

ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତର ୩ ପଦକ ସହ ଅଭିଯାନ ଶେଷ

ଅଶ୍ୱ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କଲା ଭାରତ; ଅନୁଷ୍ ଅଗରୱାଲ ବ୍ୟକ୍ତିଗତ ପ୍ରତିଯୋଗିତାରେ ଜିତିଲେ ପଦକ

Odisha Sports Bureau

ପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।

Odisha Sports Bureau

Leave a Comment