More Sports

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

(ଓଡ଼ିଶା ସ୍ପୋର୍ଟ): ଇଟାଲୀରେ ମାଷ୍ଟର ଗେମ୍ସ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ରୋପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସେ ସଟ ପୁଟରେ ମଧ୍ୟ କାଂସ୍ୟପଦକ ପାଇଥିଲେ ।
ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
ନିଜର ଅଭିନନ୍ଦନ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଥିବାରୁ ପାର୍ବତୀ ସେଠୀଙ୍କୁ ଅଭିନନ୍ଦନ । ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ।”
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସରେ ଚମତ୍କାର ପ୍ରଦର୍ଶନ ପାଇଁ ପାର୍ବତୀଙ୍କୁ ଅଭିନନ୍ଦନ । ସେ ଡିସକସ ଥ୍ରୋରେ ରୋପ୍ୟ ଓ ସଟ ପୁଟରେ କାଂସ୍ୟ ପଦକ ପାଇଛନ୍ତି । ଓଡ଼ିଶାର ଏହି ଝିଅ ସାରା ଦେଶକୁ ଗର୍ବିତ କରିଛି ।

Related posts

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ବିଶ୍ୱ ବିଜେତାଙ୍କୁ ହରାଇ ସେମିରେ କବିନ୍ଦର ସିଂହ

Odisha Sports Bureau

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

Odisha Sports Bureau