Football

୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

(ଓଡିଶାସ୍ପୋର୍ଟସ୍): ଭୁବନେଶ୍ୱରରେ ଚଳିତ ମାସ ୫ ତାରିଖରୁ ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା (ୟୁନିଲାଇଟ୍ କପ୍) ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ୨୪ ଦଳ ଭାଗନେବାକୁ ଥିଲାବେଳେ ୩ଟି ଲେଖାଏଁ ଦଳକୁ ୮ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ମ୍ୟାଚ୍ ୫ରୁ ୨୪ ତାରିଖ ପର୍ୟ୍ୟନ୍ତ ଖେଳାଯିବ। ପ୍ରତି ଗ୍ରୁପ୍ର ବିଜେତା ଦଳ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବ। ୨୬ ଓ ୨୭ ତାରିଖରେ କ୍ବାର୍ଟର୍ ଫାଇନାଲ୍ ଏବଂ ୨୯ ଓ ୩୦ ତାରିଖରେ ସେମିଫାଇନାଲ୍ ଖେଳାଯିବ । ସେପ୍ଟେମ୍ବର ୧ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ସଂଘର ସମ୍ପାଦକ ଦିଲ୍ଲୀପ କୁମାର ଦାସ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ଖେଳିବାକୁଥିବା ସମସ୍ତ ଦଳର ଖେଳାଳିଙ୍କ ପାଇଁ ୫୦,୦୦୦ ଟଙ୍କାର ବୀମାର ସୁବିଧା କରାଯାଇଛି। ବର୍ଷସାରା ଯେ କୌଣସି ପ୍ରତିଯୋଗିତାରେ ଏଠାରେ ଅଂଶଗ୍ରହଣ କରିଥିବା ଖେଳାଳିମାନେ ଏହି ବୀମାର ଲାଭ ଉଠାଇପାରିବେ। ସରକାରୀ ଛୁଟି ଦିନ ବ୍ୟତୀତ ପ୍ରତ୍ୟେକ ଦିନ ୨ ଲେଖାଏଁ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୩.୩୦ରେ ମ୍ୟାଚ୍ ଆରମ୍ଭ ହେବ ବୋଲି ଶ୍ରୀ ଦାସ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ତପନ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ନବରଂଜନ ପଟ୍ଟନାୟକ, ସହସମ୍ପାଦକ ଗିରିଜା ଦାସ, ପ୍ରତିଯୋଗିତାର ଅଧ୍ୟକ୍ଷ ପ୍ରିୟନାଥ ମିଶ୍ର ଏବଂ ପୂର୍ବତନ କ୍ରୀଡ଼ା ଅଧିକାରୀ ଅମିୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau

ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

Odisha Sports Bureau