Cricket

ଟେଷ୍ଟ କିକ୍ରେଟରେ ଦେଖାଯିବେନି ଡ଼େଲ ଷ୍ଟେନ

(ଓଡିଶା ସ୍ପୋର୍ଟସ): ଦକ୍ଷିଣ ଆଫ୍ରିକାର ମହାନ ବୋଲର ଡେଲ୍ ଷ୍ଟେନ୍ ଅବସର ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଆଉ ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍ ଦେଖିବାକୁ ମିଳିବନି ।
ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, “ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ ଦିନିକିଆ ଓ ଟି-୨୦ କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛି। ମୁଁ ଯେଉଁ ଫର୍ମାଟକୁ ଅଧିକ ଭଲପାଏ, ଆଜି ସେହି ଫର୍ମାଟରୁ ଦୂରେଇ ଯାଇଛି। ମୋ ମତରେ ଟେଷ୍ଟ କ୍ରିକେଟ୍ ହେଉଛି ସବୁଠାରୁ ଶ୍ରେଷ୍ଠ। ଏହା ଜଣେ କ୍ରିକେଟରଙ୍କୁ ମାନସିକ, ଶାରୀରିକ ଏବଂ ଭାବାତ୍ମକ ଭାବେ ପରଖିଥାଏ। ଆହତ ମୋ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି, ଯେଉଁ କାରଣରୁ ମୁଁ ଏହି ଲମ୍ବା ଫର୍ମାଟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି।”
୨୦୦୪ରେ ଇଂଲଣ୍ଡ ବିପକ୍ଷରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଷ୍ଟେନ୍ ଗତ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ବାରମ୍ବାର ଆଘାତପ୍ରାପ୍ତ ହେବା ଫଳରେ ଟେଷ୍ଟ କ୍ରିକେଟ୍ ଖେଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବାରୁ ଏଥିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା ୩୬ ବର୍ଷୀୟ ଷ୍ଟେନ୍ କହିଛନ୍ତି। ଆଗାମୀ ଦିନରେ ସେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ଓ ଟ୍ବେଣ୍ଟି୨୦ରେ ପ୍ରତିନିଧିତ୍ବ କରିବେ ବୋଲି ଆଶା ରଖିଛନ୍ତି। ଷ୍ଟେନ୍ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୩୯ଟି ୱିକେଟ୍ ହାସଲ କରିଛନ୍ତି। ୫୧ ରନ୍ ବିନିମୟରେ ୭ୱିକେଟ୍ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

Related posts

ଟେଷ୍ଟ ମ୍ୟାଚ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷିତ

Odisha Sports Bureau

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା କୋଲକାତା