Cricket

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ

(ଓଡିଶା ସସ୍ପୋର୍ଟସ ): ଭାରତ – ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ ଶେଷ ହୋଇଛି । ମାତ୍ର ତାର ଦିନକ ପରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳା ଆରମ୍ଭ ହେଉଛି। ଆଜି ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଦଳକୁ ବିସ୍ଫୋରକ କ୍ରିସ୍ ଗେଲ୍ ପ୍ରତ୍ୟାବର୍ତ୍ତନ କରିଥିବାରୁ ମ୍ୟାଚ ରେମାଞ୍ଚକର ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏହା ପୂର୍ବରୁ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଫଳରେ ଭାରତ ୩-୦ରେ ଶୃଙ୍ଖଳା ପୋଛି ନେଇଥିଲା।ଏବେ ଦିନିକିଆରେ ଇଣ୍ଡିଜ୍ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବା ସହ ଭାରତ ଲଗାତାର ଦ୍ବିତୀୟ ଶୃଙ୍ଖଳା ଜିତିବା ଲାଗି ପଡ଼ିଆକୁ ଓହ୍ଲାଇବ।

Related posts

ବିରାଟ ବାହିନୀର ବିରାଟ ବିଜୟ

Odisha Sports Bureau

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି ଶେଷ ଦିନିକିଆ ମ୍ୟାଚ: ଶତକ କଲେ ଶୁବମନ

Odisha Sports Bureau

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ