Cricket

୨୦୨୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟ

(ଓଡିଶାସ୍ପୋର୍ଟସ ): ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କିକ୍ରେଟକୁ ସାମିଲ କରାଯାଇଛି । ଅନ୍ତର୍ଜାତୀୟ କିକ୍ରେଟ ପରିଷଦ (ଆଇସିସି) ଓ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସଂଘ (ସିଜିଏଫ) ଏହାର ସୂଚନା ଦେଇଛି । ଚଳିତ ମାସ ଜୁନ ମାସରେ ସିଜିଏଫ୍ ଏଥିପାଇଁ ନାମାଙ୍କନ କରିଥିଲା, କିନ୍ତୁ ସଂଘର ସଦସଙ୍କ ମଞ୍ଜୁରୀ ମିଳିବା ବାକି ଥିଲା। ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ନିଷ୍ପତ୍ତିର ସ୍ୱାଗତ କରିଛନ୍ତି।
୨୦୨୨ରେ ବର୍ମିଂହାମରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ପର୍ୟ୍ୟନ୍ତ ଚାଲିବ, ଯେଉଁଥିରେ ପାଖାପାଖି ୪୫ହଜାର ଆଥଲେଟ୍ ଭାଗ ନେବେ। କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସବୁଯାକ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନଠାରେ ଖେଳାଯିବ। ଏଥିରେ ୮ଟି ମହିଳା ଟିମ୍ ଭାଗ ନେବେ ଏବଂ ଏହା ୮ଦିନ ପର୍ୟ୍ୟନ୍ତ ଚାଲିବ।
୧୯୯୮ ପରେ ପ୍ରଥମଥର ପାଇଁ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ୍ କରାଯାଇଛି।
ସିଜିଏଫର ଅଧ୍ୟକ୍ଷ ଲୁଇସ୍ ମାର୍ଟିନ୍ କହିଛନ୍ତି, ଆଜିର ଦିନ ବେଶ୍ ଐତିହାସିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣିଥରେ କ୍ରିକେଟର ଫେରିବାକୁ ଆମେ ସ୍ୱାଗତ କରୁଛୁ। ମାର୍ଟିନ୍ କହିଛନ୍ତି, “ମହିଳା ଟି-୨୦ କ୍ରିକେଟକୁ ଉନ୍ନତ ଭାବେ ପ୍ରଦର୍ଶିତ କରିବା ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସବୁଠାରୁ ଭଲ ପ୍ଲାଟଫର୍ମ।”

Related posts

ବିଶ୍ବକପ୍ ପରେ ହାର୍ଦ୍ଦିକଙ୍କୁ ମିଳିବ ଦିନିକିଆ ଦଳର ନେତୃତ୍ବ !

Odisha Sports Bureau

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Odisha Sports Bureau

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau