Badminton

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ମନୋଜ-ପ୍ରମୋଦଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ପୁଅର ବାଜି ମାତ । ସୁଇଜରଲ୍ୟାଣ୍ଟରେ ଚାଲିଥିବା ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି । ଚାମ୍ପିୟନ୍‌ସିପ୍‌ରେ ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମୋଦ ଓ ମନୋଜ ନିଜ ଦେଶର ଖେଳାଳୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

ପ୍ରମୋଦ ଓ ଭଗତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ ରାଉଣ୍ଡରେ ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଛନ୍ତି । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍‌ରେ ହରାଇଛି ପ୍ରମୋଦଙ୍କ ଯୋଡ଼ି । ଫଳରେ ତରୁଣ ଓ ନିତେଶକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ସେହିପରି ପ୍ରମୋଦ ସିଙ୍ଗଲ୍ସରେ ମଧ୍ୟ ନିଜର ଦବଦବା ବଜାୟ ରଖିଛନ୍ତି । ସେ ସିଙ୍ଗଲ୍ସରେ ଫାଇନାଲକୁ ପ୍ରବେଶ କରିଛନ୍ତି । ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ ବିଥେଲଙ୍କୁ ଭେଟିବେ ।

Related posts

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau